Saturday , September 18 2021
Breaking News
Home / ଶିକ୍ଷା / ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅଭିନବ ଉପାୟ ବ୍ୟବହାର ସମ୍ପର୍କୀତ କର୍ମଶାଳା ଅନୁଷ୍ଠିତ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅଭିନବ ଉପାୟ ବ୍ୟବହାର ସମ୍ପର୍କୀତ କର୍ମଶାଳା ଅନୁଷ୍ଠିତ

କେନ୍ଦ୍ରାପଡା,୧୯/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକର ବାଲିଆସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ପ୍ରାଥମିକ ଅଭିନବ ଉପାୟ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେକି ପ୍ରାଥମିକ ବିଦ୍ୟାଳୟର ସମସ୍ୟା ଓ ତା’ର ସମାଧାନ ଓ ଶିକ୍ଷା କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ଉପଲବ୍ଧ ଜ୍ଞାନର ବିକାଶ ପାଇଁ ଅଭିନବ ଉପାୟର କିଭଳି ବ୍ୟବହାର କରାଯାଇପାରିବ ସେଥିପାଇଁ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । କର୍ମଶାଳାରେ କେନ୍ଦ୍ରାପଡା ବ୍ଲକର ୧୭ଟି କ୍ଲଷ୍ଟରର ୧୭ଜଣ ସି.ଆର.ସି.ସି.ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ଡଃ.ମିନାକ୍ଷୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ପ୍ରଶିକ୍ଷିକା ଦିଲ୍ଲିପ କୁମାର ସାହୁ,ବିଦୁଲତା ସାହୁ,ଲୋପାମୁଦ୍ରା ପଣ୍ଡା,ରାଜକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପଟ୍ଟାମୁଣ୍ଡାଇ ମହିଳା କଲେଜ ଅଧ୍ୟକ୍ଷଙ୍କ ନିଯୁକ୍ତି ଜାଲିଆତି ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୧୫/୦୯/୨୦୨୧(ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦେଠିଙ୍କ ନିଯୁକ୍ତିରେ ଜାଲିଆତିରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ)ଙ୍କ ଷ୍ଟେନୋଙ୍କ ସଂପୃକ୍ତି …

Leave a Reply

Your email address will not be published. Required fields are marked *