Wednesday , October 4 2023
Breaking News
Home / ତାଜା ଖବର / ଏରାଗୋଲା ଗ୍ୟାଙ୍ଗର ୩ ଗିରଫ – ୧.୩୦ଲକ୍ଷ ଟଙ୍କା , ୨ବାଇକ, ମାଷ୍ଟର ଚାବି ଜବତ

ଏରାଗୋଲା ଗ୍ୟାଙ୍ଗର ୩ ଗିରଫ – ୧.୩୦ଲକ୍ଷ ଟଙ୍କା , ୨ବାଇକ, ମାଷ୍ଟର ଚାବି ଜବତ

ଜଗତସିଂହପୁର, ୧୯/୦୭/୨୦୧୯ (ଓଡ଼ିଶା ସମାଚାର)-ଏରସମା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରୁ ଗତ ୬ତାରିଖରେ ହୋଇଥିବା ଲୁଟ ଘଟଣାରେ ଜଗତସିଂହପୁର ପୁଲିସ ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧ଲକ୍ଷ ୩୦ହଜାର ଟଙ୍କା ଜବତ କରିଛି । ସେମାନେ ବ୍ୟବହାର କରିଥିବା ୨ଟି ବାଇକ, ୩ଟି ମୋବାଇଲ ଓ ଡିକି ଖୋଲିବାର ମାଷ୍ଟର ଚାବିକୁ ପୁଲିସ ଜବତ କରିଛି । ସେମାନେ ଆନ୍ତଃଜିଲା ଲୁଟିଆ ଗ୍ୟାଙ୍ଗ ଏରାଗୋଲାର ସଦସ୍ୟ ବୋଲି ପୁଲିସ କହିଛି । କୁଜଙ୍ଗ ଥାନା ବିଲପୋଖରିପଡା ଗ୍ରାମର ଗିରିଧାରୀ ସ୍ୱାଇଁଙ୍କ ପୁଅ ଜଇରାମ ସ୍ୱାଇଁ (୪୨) ଗତ ୬ତାରିଖ ମଧ୍ୟାହ୍ନ ୧୨ଟା ୨୦ରେ ଏରସମା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଯାଇ ୧ଲକ୍ଷ ୪୯ହଜାର ଟଙ୍କା ଉଠାଇଥିଲେ । ବ୍ୟାଙ୍କରୁ ଟଙ୍କା ଆଣି ସେ ନିଜ ଟାଟା ଏସି ଗାଡିରେ ବସିବା ପରେ ଜଣେ ୩୫/୩୬ ବୟସ୍କ ଅପରିଚିତ ଲୋକ ଆସି ତାଙ୍କ ବାଇକ ପାଖରେ ଟଙ୍କା ପଡିଯାଇଛି ବୋଲି କହିଲେ । ଜଇରାମ ଗାଡିରୁ ଓହ୍ଲାଇବା ମାତ୍ରେ ସେ ଜଇରାମଙ୍କ ଗାଡିରୁ ଟଙ୍କା ତକ ଲୁଟ କରି ପଳାଇଥିଲେ । ପରେ ଜଇରାମ ଏବିଷୟରେ ଏରସମା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା । ପରେ ତାକୁ ଧରିବା ପାଇଁ ଏରସମା ଥାନା ଅଧିକାରୀ ପ୍ରଶାନ୍ତ ମାଝୀ, ଏସ.ଆଇ ଆଶୁତୋଷ ହୋତା, ଏସ.ଆଇ ଦିନେଶ ପଟ୍ଟାଙ୍କୁ ନେଇ ଏକ ଟିମ ଗଠନ ହେଲା । ସେମାନେ ତଦନ୍ତ କରି ଏହି ଲୁଟରେ ଆନ୍ତଃଜିଲା ଲୁଟେରା ଗ୍ୟାଙ୍ଗ ଏରାଗୋଲାର ୩ଜଣ ସଦସ୍ୟ ଗଞ୍ଜାମ ଜିଲା ଆସିକାର ଅଶୋକ ରାଓଙ୍କ ପୁଅ କରଣ ରାଓ, କୋଦଳର ପି. ଭାଷ୍କାରଙ୍କ ପୁଅ ପି.ଶଙ୍କର ଓ ଜଣେ ନାବାଳକଙ୍କୁ ଗିରଫ କଲେ । ସେମାନଙ୍କ ଠାରୁ ୧ଲକ୍ଷ ୩୦ହଜାର ଟଙ୍କା, ୨ଟି ବାଇକ, ୩ଟା ମୋବାଇଲ ଓ ସେମାନେ ବ୍ୟବହାର କରୁଥିବା ଡିକି ଖୋଲିବାର ମାଷ୍ଟର ଚାବିକୁ ମଧ୍ୟ ପୁଲିସ ଜବତ କରିଛି । ସେମାନେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲାର ୧୦ରୁ ଊଦ୍ଧ୍ୱର୍ ବିଭିନ୍ନ ଲୁଟ ଓ ଡକାୟତିରେ ସମ୍ପୃକ୍ତ ଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି ବୋଲି ପୁଲିସ କହିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *