ବାରିପଦା, ୧୯/୦୭/୨୦୧୯ (ଓଡ଼ିଶା ସମାଚାର)-ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପି ଶରତ କୁମାର ମହାପାତ୍ରଙ୍କ ନେତୃତ୍ୱ ଓ ବାଲେଶ୍ୱର ୟୁନିଟ ଡ଼ିଏସପି ସନ୍ତୋଷ କୁମାର ସାମନ୍ତରାୟଙ୍କ ସହଯୋଗରେ ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ହୃଦେଶ୍ୱର ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ସହ ତାଙ୍କ ପୈତୃକ ବାସଭବନ କପ୍ତିପଦା ବ୍ଲକର ନୁଦଡ଼ିହା, ଭୁବନେଶ୍ୱରରେ କିଣି ଥିବା ଫ୍ଲାଟ, ବାରିପଦା ପୌରପରିଷଦର ପ୍ରଫୁଲ୍ଲ ନଗରସ୍ଥିତ କୋଠା ଓ ଢ଼ିପାସାହିସ୍ଥିତ ସମ୍ପର୍କୀୟଙ୍କ ଘର ଓ ବାଙ୍ଗିରିପୋଷି ଚନ୍ଦନପୁରରେ ଶ୍ୱଶୁର ଘର ଆଦି ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା । ଏହି ସମୟରେ ଭିଜିଲାନ୍ସ ହାତରେ ଭୁବନେଶ୍ୱରରେ ୩/ ୪ ପ୍ଲଟର କାଗଜପତ୍ର, ବ୍ୟାଙ୍କ ଡ଼ିପୋଜିଟ, ଫିକ୍ସ ଡ଼ିପୋଜିଟ, ସହିତ କାର୍, ଏକାଧିକ ବାଇକ୍ ଓ ସ୍କୁଟି, ସୁନା ଅଳଙ୍କାର, ଅନେକ ସ୍ଥାବର ଅସ୍ଥାବର ସମ୍ପତି ଲାଗିଛି । ଉକ୍ତ ଚଢ଼ଉରେ ଇନ୍ସପେକ୍ଟର ପ୍ରଦୀପ ସାମଲ, ସବିତା ବେହେରା, କନେଷ୍ଟବଳ ତରୁଣପାଲବାବୁ ପ୍ରମୁଖ ସାମିଲ ରହିଥିଲେ । ତେବେ ଭିଜିଲାନ୍ସ ପକ୍ଷରୁ ଆୟ ବ୍ୟୟର ଆକଳନ ଜାରି ରହିଥିବା ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ହୃଦେଶ୍ୱର ବେହେରାଙ୍କ ବାରିପଦା ପ୍ରଫୁଲ୍ଲ ନଗରସ୍ଥିତ ଦୁଇ ତାଲା କୋଠା ଓ ଜମିର ମୂଲ୍ୟ ଦେଢ଼ କୋଟିରୁ ଅଧିକ ହେବ ବୋଲି ସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ଓଡ଼ିଶା ସମାଚାର
Home / ବିଶେଷ / ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ : କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ