ଭୁବନେଶ୍ୱର, ୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ସମାଜସେବୀ, ସ୍ତମ୍ଭକାର ତଥା ରାଜ୍ୟ ନାଗରିକ ସମାଜର ଅଧ୍ୟକ୍ଷ ପ୍ରକାଶ ରଥଙ୍କ ମା’ ସୁକାନ୍ତି ରଥ ବୁଧବାର ତା ୧୭.୭.୨୦୧୯ରିଖ ସକାଳ ୪ ଘଟିକା ସମୟରେ ହୃଦ୍ଘାତରେ ଇହଲୀଳା ସମ୍ବରଣ କରିଛନ୍ତି । ସ୍ୱର୍ଗତା ରଥ ଜଣେ ସ୍ନେହି, ପରୋପକାରୀ, ମିଷ୍ଟଭାଷୀ ଓ ଧର୍ମ ପରାୟଣା ମହିଳା ଭାବେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ବହୁ ଆତ୍ମିୟ ସଜ୍ଜନ ଓ ଶୁଭେଚ୍ଛୁ ଭୁବନେଶ୍ୱରସ୍ଥିତ ବାସଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ପରିବାରବର୍ଗଙ୍କ ଦ୍ୱାରା ସକ୍ରାର କରାଯାଇଥିଲା । ଓଡ଼ିଶା ସମାଚାର
Check Also
ପହଣା ତିକନପୁର ନଦୀ ବନ୍ଧ ବିପର୍ଯ୍ୟସ୍ତ
ଗରଦପୁର, ୨୮/୦୫/୨୦୨୨( ଓଡ଼ିଶା ସମାଚାର )-ପହଣା ଠାରୁ ତିକନପୁର ପର୍ଯ୍ୟନ୍ତ ସାଢ଼େ ୩ କିମି ବାମ ପାଶ୍ୱର୍ ଚିତ୍ରୋପôଳା ନଦୀ …