ଭୁବନେଶ୍ୱର, ୧୮/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ରଣଭୂଇଁ, ଶହୀଦ ରଘୁ-ଦିବାକର ସ୍ମୃତି ସଂସଦ, ଭୁବନେଶ୍ୱର ତରଫରୁ ଦେଶମୁକ୍ତ ଆନ୍ଦୋଳନରେ ଭାଗ ନେଇ ଶହୀଦ ହୋଇଥିବା ରଣପୁର ପ୍ରଜା ଆନ୍ଦୋଳନର ଅମର ଶହୀଦ ରଘୁନାଥ ମହାନ୍ତିଙ୍କର ୧୧୦ତମ ଜୟନ୍ତୀ ୧୮ ତାରିଖ ଦିନ ସୁରସେନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜୟନ୍ତୀରେ ମୁଖ୍ୟ ଅତିଥି ରୂପେ ରଣପୁର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ, ମଖ୍ୟବକ୍ତା ଭାବରେ ଲୋକ ସମ୍ପର୍କ ବିଭାଗର ଉପଶାସନ ସଚିବ ଶ୍ରୀ ବରଦା ପ୍ରସନ୍ନ ଦାସ, ସମ୍ମାନିତ ଅତିଥି ଭାବରେ ଡଃ ପ୍ରଫେସର ବାମନ ପରିଡ଼ା, ଇଂ ଗୌରଚନ୍ଦ୍ର ମହାପାତ୍ର, ମଞ୍ଜୁଳା ତ୍ରିପାଠୀ, ଗିରିଜା ମହାପାତ୍ର, ଅଭୟ ବଡ଼ଜେନା, ନିତ୍ୟ ନିରଞ୍ଜନ ପଣ୍ଡା, ସରୋଜ ପଟ୍ଟନାୟକ, ରଜନୀ ସାମନ୍ତରାୟ, ଅରବିନ୍ଦ ତ୍ରିପାଠୀ, ବିପ୍ଲବୀ କବି କଣ୍ଡୁରୀ ଚରଣ ଦାସ, ରାମଚନ୍ଦ୍ର ଦାଶ, ଆନନ୍ଦ ପଟ୍ଟନାୟକ ଯୋଗଦେଇ ଶହୀଦ ରଘୁ-ଦିବାକରଙ୍କ ଉପରେ ବିଷଦ ଭାଷଣ ମାଧ୍ୟମରେ ମତବ୍ୟକ୍ତ କରିଥିଲେ । ସ୍ମୃତି ସଂସଦର ସମ୍ପାଦକ ଶ୍ରୀ ବ୍ରଜବନ୍ଧୁ ପରିଡ଼ା ସ୍ୱାଗତ ଭାଷଣ ଦେବା ସହିତ ହାଉସିଂ ବୋର୍ଡ଼ ଛକଠାରୁ ଆଚାର୍ଯ୍ୟ ବିହାର ଛକ ପର୍ଯ୍ୟନ୍ତ ରାସ୍ତାକୁ ଶହୀଦ ରଘୁ-ଦିବାକରଙ୍କର ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏଥି ସହିତ ରାଜ୍ୟ ସରକାର ଶହୀଦ ରଘୁ-ଦିବାକର ଭବନ ପାଇଁ ଏକ ଜାଗା ଯୋଗାଇ ଦେବା ପାଇଁ ମତ ପ୍ରକାଶ ପାଇଥିଲା । ଓଡ଼ିଶା ସମାଚାର