Thursday , October 21 2021
Breaking News
Home / ବିଶେଷ / ପଂଚାୟତ ସ୍ତରୀୟ କମ୍ୟୃୁନିଟି କ୍ୟାଡ଼ରଙ୍କୁ ତାଲିମ ପ୍ରଦାନ 

ପଂଚାୟତ ସ୍ତରୀୟ କମ୍ୟୃୁନିଟି କ୍ୟାଡ଼ରଙ୍କୁ ତାଲିମ ପ୍ରଦାନ 

ରଘୁନାଥପୁର,୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ସଭା କକ୍ଷରେ ଓରମାସ ପକ୍ଷରୁ ଡ଼ିଡ଼ିଜିକେୱାଇ ପଂଚାୟତ ସ୍ତରୀୟ କମ୍ୟୁନିଟି କ୍ୟାଡ଼ରଙ୍କୁ ଏକ ଦିବସିୟ ତାଲିମ ପ୍ରଦାନ କରାଯାଇଛି ।  ପିଏ ଦେବାଶ୍ରିତା ପରିଡ଼ା ଙ୍କ ପରିଚାଳନାରେ ଆୟୋଜିତ ଏହି ଶିବିରରେ ଓରମାସ ର ଡ଼େପୁଟି ସିଇଓ ସତ୍ୟଶୁଭମ ସୁନ୍ଦରମ ପାଇଟାଳ , ଆସିଷ୍ଟାଂଟ ଏକଜିକ୍ୟୁଟିଭ ପ୍ରଭାତ ଚନ୍ଦ୍ର ଦାସ , ଏପିଡ଼ି ସ୍କିଲ ଡ଼େଭଲପମେଂଟ ପ୍ରସନ୍ନ କୁମାର ମିଶ୍ର , ଜିଲା ସଂଯୋଜକ ପବିତ୍ର ସ୍ୱାଇଁ, ଟ୍ରେନର ଅଜୟ କୁମାର ପଲେଇ ଉପସ୍ଥିତ ହୋଇ କମ୍ୟୁନିଟି କ୍ୟାଡ଼ରଙ୍କୁ ତାଲିମ ପ୍ରଦାନ କରିଥିଲେ ।  ବିଡ଼ିଓ ପଂଚାନନ ପଟାୟତ ଏହି ଶିବିରକୁ ଉଦଘାଟନ କରିଥିଲେ । ଗ୍ରାମାଂଚଳରେ ଥିବା ବେକାର ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ଏହାର ମୁଖ୍ୟ ଉଦେଶ୍ୟ । ଏହି କମ୍ୟୁନିଟି କ୍ୟାଡ଼ରମାନେ ଗ୍ରାମାଂଚଳର ବେକାର ଯୁବକ ଯୁବତୀ ମାନଙ୍କୁ ଭେଟି ସରକାରଙ୍କ ବିଭିନ୍ନ ଯୋଜନା ପ୍ରତି ଆକର୍ଷିତ କରିବା ସହ ବିଭିନ୍ନ ସ୍ଥାନରେ ହେଉଥିବା ନିଯୁକ୍ତି ଭିତିକ ଶିବିରକୁ ଯିବା ପାଇଁ ପରାମର୍ଶ ଦେବେ । ଏଥିପାଇଁ ଏହି କ୍ୟାଡ଼ର ମାନଙ୍କୁ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ମଧ୍ୟ ରହିଛି । ଅଧିକାରୁ ଅଧିକ ପିଲା ଏହି ଯୋଜନାରେ ତାଲିମ ନେଇ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜନ୍ତୁ ବୋଲି ଆସିଷ୍ଟାଂଟ ଏକଜିକ୍ୟୁଟିଭ ଶ୍ରୀ ଦାସ ଆଶା ପ୍ରକଟ କରିଥିଲେ । ବିପିଏମ କଳ୍ପନା ଦଳାଇ ବୈଠକର ଉଦେଶ୍ୟ ଓ ଅଗ୍ରଗତି ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ ।  ଶେଷରେ ବିଏଲସି ମିନାରାଣୀ ଦାସ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କଟକ ସଦର, ୨୦/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ଫିକା …

Leave a Reply

Your email address will not be published. Required fields are marked *