Friday , September 29 2023
Breaking News
Home / ତାଜା ଖବର / ନବ ବିବାହିତା ପ୍ରେମିକ ସହ ଶାଶୁ ଘରୁ ଚମ୍ପଟ – ଥାନାରେ ଅଭିଯୋଗ

ନବ ବିବାହିତା ପ୍ରେମିକ ସହ ଶାଶୁ ଘରୁ ଚମ୍ପଟ – ଥାନାରେ ଅଭିଯୋଗ

ପାଟକୁରା,୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ଜଣେ ନବ ବିବାହିତା ଯୁବତୀ ଶାଶୁଘରୁ ନିଜ ପ୍ରେମିକ ସହ ଫେରାର ହୋଇ ଯାଉଥିବାବେଳେ ଉଭୟ ଗ୍ରାମର ଲୋକମାନେ ଘେରିବାରୁ  ପ୍ରେମିକ ନବ ବିବାହିତା ମହିଳାଙ୍କୁ ଛାଡ଼ି କେଉଁଆଡ଼େ ଫେରାର ହୋଇ ଯାଇଛି । ଏ ସମ୍ପର୍କରେ ପାଟକୁରା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ ପାଟକୁରା ଥାନା ଅନ୍ତର୍ଗତ ବେଡ଼ାରୀ ପଂଚାୟତର ସୋଲପାଟ ଗ୍ରାମର ଦଳିତ ବର୍ଗର (ଛଦ୍ମ ନାମ ମିତା) ବୟସ ୨୬ ଏହି ଥାନା ଅନ୍ତର୍ଗତ ପରକଣା ଗ୍ରାମର କୁଂଜ ବିହାରୀ ଦାସଙ୍କୁ ଗତ ୭ ଦିନ ତଳେ ତାଳସଙ୍ଗାସ୍ଥିତ ଶିବ ମନ୍ଦିରରେ ବିବାହ କରିଥିଲା ।  ଆଜି ତାର ଅଷ୍ଟ ମଙ୍ଗୁଳା ଭାର ଆସିଥାନ୍ତା । କିନ୍ତୁ ଗତକାଲି ରାତିରେ ମିତାର ପୂର୍ବ ପ୍ରେମିକ ବେଡ଼ାରୀ ଗ୍ରାମର ପ୍ରଭାତ ନାୟକ(୨୯) ମିତାକୁ ତାଙ୍କ ଶାଶୁ ଘରୁ ନେଇଯାଇଥିଲା ।  ପ୍ରଭାତ ଟେଲିଫୋନ ଯୋଗେ ମିତା ସହ ଯୋଗାଯୋଗ କରି ରାତି ସାଢ଼େ ୮ ଟାରେ  ଘରୁ ବାହାରୁ ଆସିବାକୁ କହିଥିଲା ଓ ସେଠାରୁ ପ୍ରଭାତ ନେଇଯାଇଥିଲା ।  ପରକଣା ଓ ବେଡ଼ାରୀ ଗ୍ରାମର ଲୋକମାନେ ମିତାକୁ ଖୋଜିବାରୁ କୂଳତୁଠି ଗ୍ରାମର ନାହାକାଣି ମନ୍ଦିର ନିକଟରେ ମିତାକୁ ଛାଡ଼ି ପ୍ରେମିକ ପଳାଇ ଯାଇଥିଲା ।  ଗ୍ରାମର ଲୋକମାନେ ମନ୍ଦିର ନିକଟରୁ ଉଦ୍ଧାର କରିଥିଲେ । ଏ ସମ୍ପର୍କରେ ମିତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ସେ ଭଲ ପାଇ ତାଙ୍କ ପ୍ରେମିକ ସହ ପଳାଇ ଆସିଛନ୍ତି । ଅପର ପକ୍ଷରେ ବୋହୁ କେଉଁଆଡ଼େ ପଳାଇ ଯାଇଛି ବୋଲି ଶାଶୁ ଘର ଲୋକେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *