Sunday , October 1 2023
Home / ବିଶେଷ / ଜେଏସ୍ଡବ୍ଳୁ ସର୍ଭେକୁ ଗୋବିନ୍ଦପୁରରେ ପ୍ରବଳ ବିରୋଧ

ଜେଏସ୍ଡବ୍ଳୁ ସର୍ଭେକୁ ଗୋବିନ୍ଦପୁରରେ ପ୍ରବଳ ବିରୋଧ

ପାରାଦ୍ୱୀପ ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-  ଜେଏସ୍ଡବ୍ଳୁ ର ୩ଜଣିଆ ସର୍ଭେ ଟିମ ପାଟଣା ଦେଇ ଗୋବିନ୍ଦପୁର ଜଙ୍ଗଳରେ ପ୍ରବେଶ କରି ଡ୍ରୋନ କ୍ୟାମେରା ରେ ସର୍ଭେ କରୁଥିଲେ । ଏକଥା ଗୋବିନ୍ଦପୁରରେ ପ୍ରଚାର ହେବା ମାତ୍ରେ ଗାଁର କିଛି ସମାଜସେବୀ ଜଙ୍ଗଲ ଭିତରକୁ ଯାଇ ସେମାନଙ୍କୁ ଖୋଜିଥିଲେ । ଗାଁ ଲୋକଙ୍କୁ ଦେଖି ସେ ସର୍ଭେ ଟିମ୍ ଦଉଡି ପଳାଇ ଥିଲେ । ଲୋକମାନେ ସେମାନେ ଆସିଥିବା ବୋଲେରୋ ଗାଡି ନଂ ଓଆର ୦୫ ଏଜି -୦୧୭୨କୁ ଅଟକାଇଥିଲେ । ବହୁ ସମୟ ପରେ ଅଟକାଇବା ପରେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା କମ୍ପାନୀ କର୍ମଚାରୀ କେହି ଆସିନଥିଲେ । ଏବେ ସୁଦ୍ଧା ଗାଡି ଓ ଡ୍ରାଇଭର ଅଟକ ଅଛନ୍ତି । ଗୋବିନ୍ଦପୁର ଗାଁ ଠାକୁରାଣୀ ମଣ୍ଡପ ରେ ଗାଁର ମୁରବି ଓ ଯୁବକ ମାନେ ପ୍ରଶାସନିକ ଅଧିକାରୀଙ୍କୁ ଅପେକ୍ଷା କରିଛନ୍ତି । ଗୋବିନ୍ଦପୁରର ରଞ୍ଜନ ବର୍ନ୍ଧନ, ବାବୁଲି ରାଉତ, ରଞ୍ଜନ ସ୍ୱାଇଁ, ସନାତନ ବର୍ନ୍ଧନ, ନଟବର ଖଟୁଆ, ବାଇନ ମହାନ୍ତି, ଟଲନ ମହାନ୍ତି, ଦାମୋଦର ଜେନା, ଚିତରଞ୍ଜନ ବର୍ନ୍ଧନ, ଦୀପକ ବର୍ନ୍ଧନ, ଦୀପକ ନାୟକ, ପ୍ରଭାତ ରାଉତ, ନରହରି ପାତ୍ର, ହୃଷିକେଶ ଦଳାଇ, ଫକିର ବର୍ନ୍ଧନ ପ୍ରମୁଖ ଆଜି ଉପସ୍ଥିତ ରହି ବିରୋଧ କରିଥିଲେ । ପୋସ୍କୋ କମ୍ପାନୀ ପାଇଁ ଇଡ୍କୋ ଦ୍ୱାରା ଗୋବିନ୍ଦପୁରରେ ଜମି ଅଧିଗ୍ରହଣ ହୋଇଥିଲା, ୭୦୦ରୁ ଉର୍ଦ୍ଧ ପାନ ବରଜ ଭଙ୍ଗା ଯାଇଥିଲା । ଆଉ କିଛି ବରଜ ମାଲିକ କ୍ଷତିପୂରଣ ପାଇ ନାହାନ୍ତି, ପାନବରଜ ଶ୍ରମିକ ମାନଙ୍କୁ ଭତା ପ୍ରଦାନ କରାଯାଇନି, ଗଛ କଟା ବାକି ରହିଛି ଆହୁରି ଲୋକଙ୍କ ମୌଳିକ ସୁବିଧା ବାକି ରହିଛି । । ଗୋବିନ୍ଦପୁର ଜନ ସାଧାରଣଙ୍କ ସମସ୍ୟା ସମାଧାନ ପୂର୍ବକ ଆଲୋଚନା ଜିଲ୍ଲା ପ୍ରଶାସନ କରି କାମ ଆରମ୍ଭ କରିବା ଉଚିତ । ଯଦି ବିନା ଗ୍ରାମବାସୀଙ୍କ ସହମତିରେ କୌଣସି କାର୍ଯ୍ୟ ହୁଏ ଲୋକେ ତାଙ୍କ ବିରୋଧ ତୀବ୍ର କରିବେ ଯାହାକି ଭବିଷ୍ୟତରେ କମ୍ପାନୀ ପ୍ରତିଷ୍ଠା ପାଇଁ ସମସ୍ୟା ଦେଖାଦେବ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟା ସମାଧାନ କରୁ ଓ ଲୋକଙ୍କ ଦାବି  ପୂରଣ କରିବାକୁ ସେମାନେ ଦାବି ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *