କୋଲକାତା,ଜୁଲାଇ ୧୮,୨୦୧୯(ଓଡ଼ିଶା ସମାଚାର): ଡାଲମିଆ ଭାରତ ସୁଗାରର ପୁର୍ଣ୍ଣକାଳୀନ ନିର୍ଦ୍ଦେଶକ ଶ୍ରୀ ଭାରତ ଭୁଷଣ ମେହତା ଙ୍କୁ ଭାରତୀୟ ଚିନି ଶିଳ୍ପ ପ୍ରତି ଥିବା ଅବଦାନ ପାଇଁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ରେ ସମ୍ମାନିତ କରାଯାଇଛି । ଚିନି ଶିଳ୍ପ ସହ ସଂଶ୍ଳିଷ୍ଟ ସୁଗାର ଟେକ୍ନୋଲୋଜିଷ୍ଟ ଆସୋସିଏସନ୍ ଅଫ ଇଣ୍ଡିଆ (ଝଞଇଓ) ତରଫରୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଦୀର୍ଘ ଚାଳିଶ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଡାଲମିଆ ଭାରତ ଗ୍ରୁପର ଶ୍ରୀ ମେହଟାଙ୍କର ଅବିରତ ଚେଷ୍ଟା ଫଳରେ ଭାରତୀୟ ଚିନି ଶିଳ୍ପର ଅଦ୍ଭୁତପୂର୍ବ ଉତ୍ଥାନ ହୋଇପାରିଛି ।
ଶ୍ରୀ ମେହଟା ଅଡିଟିଙ୍ଗ ରେ କାର୍ଯ୍ୟ ଆରମ୍ଭ କରି ତାଙ୍କର ଅଧ୍ୟବସାୟ ଦ୍ୱାରା କମ୍ପାନୀରେ ନିଜକୁ ସର୍ବୋଚ୍ଚ ପଦବି ପାଇଁ ଉନ୍ନୀତ ହୋଇପାରିଛନ୍ତି । ତାଙ୍କର ତୀକ୍ଷଣ ବ୍ୟବସାୟୀକ ବୁଦ୍ଧି ଦ୍ୱାରା ସେ ୬୫୦କୋଟି ଟଙ୍କାରୁ ଉର୍ଦ୍ଧ ଚିନି, ଏଥାନୋଲ ଓ ମିଶ୍ରଣ ବ୍ୟବସାୟକୁ ପ୍ରତିଷ୍ଠିତ କରିପାରିଛନ୍ତି ।
ଏହି ପୁରସ୍କାର ଗ୍ରହଣ ଅବସରରେ ଶ୍ରୀ ମେହଟା କହିଛନ୍ତି, “ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପାଇବା ମୋ ପାଇଁ ଅବିସ୍ମରଣୀୟ । ଏହି ପୁରସ୍କାର ମୋର ଡାଲମିଆ ଭାରତ ସୁଗାର ଏବଂ ଚିନି ଶିଳ୍ପର ଉନ୍ନତି ଏବଂ ଦେଶ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧତାକୁ ପ୍ରୋତ୍ସାହନ ଯୋଗାଇଦେବ ।”