Sunday , January 23 2022
Breaking News
Home / ଶିକ୍ଷା / କପିଲାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ : ଶ୍ରେଣୀ ଗୃହ ଅଭାବ,ବାରଣ୍ଡା ରେ ଚାଲିଛି ପାଠପଢା

କପିଲାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଲୟ : ଶ୍ରେଣୀ ଗୃହ ଅଭାବ,ବାରଣ୍ଡା ରେ ଚାଲିଛି ପାଠପଢା

କପିଲାଭଟା, ୧୮/୦୭/୨୦୧୯ (ଓଡ଼ିଶା ସମାଚାର)-ସରକାର ଗୁଣାତ୍ମକ ଶିକ୍ଷା କୁ ଗୁରୁତ୍ୱ ଦେବା ସହ ବାଧ୍ୟତା ମୂଳକ ଶିକ୍ଷା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ଅନେକ ବିଦ୍ୟାଳୟର ଭିତିଭୂମି ଅବସ୍ଥା ଠିକ ରହୁ ନାହିଁ । ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟଭିମୁଖୀ କରିବା ପାଇଁ ସରକାର ମାଗଣାରେ ପୋଷାକ,ପାଠ୍ୟ ପୁସ୍ତକ,ମଧ୍ୟାହ୍ନ ଭୋଜନ ଆଦି ପ୍ରଦାନ କରାଯାଉଥିଲେ ମଧ୍ୟ ଅନେକ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଅଛି । କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଶ୍ରେଣୀ ଗୃହ ର ଅଭାବ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ର ଉପାନ୍ତ ଇଲାକା ତଥା ଜିଲ୍ଲା ସୀମା ରେ ଥିବା କପିଲାଭଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ଅଭାବରୁ ସ୍କୁଲ ବାରଣ୍ଡାରେ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି ।ଏହି ବିଦ୍ୟାଳୟ ୧୯୫୬ ମସିହା ରେ ସ୍ଥାପିତ ହୋଇଥିବା ବେଲେ ଆଖ ପାଖ ୧୦ ରୁ ଅଧିକ ଗାଁ ର ଛାତ୍ର ଛାତ୍ରୀ ମାନେ ଏହି ବିଦ୍ୟାଲୟ ଉପରେ ନିର୍ଭର କରୁଛନ୍ତି ।  ଏହି ବିଦ୍ୟାଲୟ  ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୨୧ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପାଠ ପଢା ପାଇଁ କେବଳ ତିନୋଟି ଶ୍ରେଣୀ ଗୃହ ରହିଛି । ସ୍ଥାନାଭାବ ରୁ ଛାତ୍ରଛାତ୍ରୀ ବାରଣ୍ଡା ରେ ବସି ପାଠ ପଢୁଛନ୍ତି । ଶିକ୍ଷାଦାନ ପାଇଁ ବର୍ତମାନ ୭ ଜଣ ଶିକ୍ଷକ ନିୟୋଜିତ ଅଛନ୍ତି । ବିଦ୍ୟାଳୟ ରେ ଶ୍ରେଣୀ ଗୃହ ଅଭାବ ନେଇ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନନ୍ତ ମହାରଣା । ବିଦ୍ୟାଳୟ ର ସମସ୍ୟା କୁ ନେଇ ଅନେକ ଥର ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀ ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂପର୍କ ରେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷାଧିକାରୀ ହେମସାଗର ଭୋଇ ଙ୍କୁ ଯୋଗା ଯୋଗ କରିବାରୁ,ବିଦ୍ୟାଳୟ ର ସମସ୍ୟା ସଂପର୍କ ରେ ଅବଗତ ଅଛୁ ଉପରିସ୍ଥ ଅଧିକାରୀ ଙ୍କୁ ଏ ବିଷୟ ରେ ଜଣାଇଛୁ ବୋଲି ସେ କହିଥିଲେ । ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଗ୍ରାମବାସୀ ମାନେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ମହିଳା ମହାବିଦ୍ୟାଳୟରେ ଏନଏସଏସ ର ଶୀତକାଳୀନ ଶିବିର ଉଦଯାପିତ

ଭୁବନ,୧୦/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା (ଏନଏସଏସ ) ଆନୁକୂଲ୍ୟରେ ଗତ ୨ ତାରିଖ …

Leave a Reply

Your email address will not be published. Required fields are marked *