Friday , August 12 2022
Breaking News
Home / ବିଶେଷ / କଟକ ଜିଲାପାଳ ଓ ଆରଡ଼ିସି କଟକ ବଡ଼ ଡ଼ାକ୍ତରଖାନାରେ

କଟକ ଜିଲାପାଳ ଓ ଆରଡ଼ିସି କଟକ ବଡ଼ ଡ଼ାକ୍ତରଖାନାରେ

କଟକ, ୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓ ଅସୁସ୍ଥ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମାଗଣାରେ ଚିକିତ୍ସା କରିବା ପାଇଁ ଏସସିବି ମେଡ଼ିକାଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ କଟକ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇ କଟକ ଜିଲାପାଳ ଓ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ (ଆରଡ଼ିସି) କଟକ ବଡ଼ ଡ଼ାକ୍ତରଖାନାରେ ପହଂଚି ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓ ଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଓଡ଼ିଶା ସମାଚାର

About admin

Check Also

କ୍ୟାବିନେଟ୍ ବୈଠକ ଆଜି

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୫ଟା ୪୫ …

Leave a Reply

Your email address will not be published.