Sunday , October 17 2021
Breaking News
Home / ବିଶେଷ / ହାଇଟେକ୍ ସମ୍ପତି ବାଜ୍ୟାପ୍ତ ମାମଲା : ଜମାକାରୀଙ୍କୁ ୬୩.୫୫ କୋଟି ବାଂଟିଦେବାକୁ ନିର୍ଦ୍ଦେଶ

ହାଇଟେକ୍ ସମ୍ପତି ବାଜ୍ୟାପ୍ତ ମାମଲା : ଜମାକାରୀଙ୍କୁ ୬୩.୫୫ କୋଟି ବାଂଟିଦେବାକୁ ନିର୍ଦ୍ଦେଶ

କଟକ, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ ହାଇଟେକ୍ ଇଷ୍ଟେଟ୍ସ ଏଣ୍ଡ୍ ପ୍ରମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍ର ସମ୍ପତି ବାଜ୍ୟାପ୍ତ ମାମଲାର ଶୁଣାଣି କରି କଟକର ସ୍ୱତନ୍ତ୍ର ଚିଟ୍ଫଣ୍ଡ କୋର୍ଟ ସଂସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ୬୩କୋଟି ୫୫ ଲକ୍ଷ ୪୯ ହଜାର ୨ ଶହ ୨୭ ଟଙ୍କା ବାଂଟିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ସଂସ୍ଥାରୁ ଜମି ପାଇବା ପାଇଁ ଅର୍ଥ ପୈଠ କରିଥିବା ଜମାକାରୀଙ୍କୁ ଏହି ଅର୍ଥ ପ୍ରଦାନ କରିବାକୁ ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ସୁବ୍ରତ ମହାନ୍ତି ପରିଚାଳନା କରୁଥିଲେ । ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ତିରୁପତି ପାଣିଗ୍ରାହୀ ଓ ତାଙ୍କର ସହଯୋଗୀମାନେ ସୁପ୍ରିମ୍କୋର୍ଟରୁ ଜାମିନ ପାଇବା ବେଳେ ଉପରୋକ୍ତ ପରିମାଣର ଅର୍ଥ ସୁପ୍ରିମ୍କୋର୍ଟରେ ଜମା କରିଥିଲେ । ସର୍ବୋଚ୍ଚ ଅଦାଲତ ୨୦୧୬ ଅଗଷ୍ଟ ୫ରେ ଉକ୍ତ ଅର୍ଥକୁ କଟକର ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତକୁ ହସ୍ତାନ୍ତର କରିଥିଲେ । ପରେ ଉକ୍ତ ଟଙ୍କା ୟୁକୋ ବ୍ୟାଙ୍କରେ ଜମା ରହିଛି । ସର୍ବୋଚ୍ଚ ଅଦାଲତ ଏ ନେଇ ଜମାକାରୀଙ୍କ ମଧ୍ୟରେ ଓପିଆଇଡି ଆଇନ ଆଧାରରେ ଟଙ୍କା ବାଂଟି ଦେବାକୁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ୨୦୧୭ ଜୁଲାଇ ୨୫ରେ ନିର୍ଦ୍ଦେଶ ଦେଇଥିଲେ । ଏ ପ୍ରସଙ୍ଗରେ ସ୍ୱତନ୍ତ୍ର ଚିଟ୍ଫଣ୍ଡ କୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା । ରାଜ୍ୟ ଅର୍ଥ ବିଭାଗ ୨୦୧୮ ଜାନୁୟାରୀ ୨ରେ ଏ ସମ୍ପର୍କରେ ସମ୍ମତି ଦେଇଥିଲେ । ଅର୍ଥ ବିଭାଗର ଅନୁମୋଦନ ପରେ ୨୦୧୮ ଫେବୃୟାରୀ ୧୬ରେ ପ୍ରାଧିକୃତ ଅଧିକାରୀ ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତରେ ସାକ୍ଷ୍ୟପ୍ରଦାନ କରିଥିଲେ । ସୂଚନା ଥାଉକି ହାଇଟେକ୍ ଜମି ଜାଲିଆତି ମାମଲାରେ କ୍ରାଇମ୍ବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ହାଇଟେକ୍ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ଏହାର ଦୁଇ ନିର୍ଦ୍ଦେଶକ ତିରୁପତି ଚୌଧୁରୀ, ମଧୁସୂଦନ ପାଣିଗ୍ରାହୀଙ୍କ ନାମରେ ୫ଟି ମାମଲା ରୁଜୁ କରିବା ସହ ୨୦୧୨ ଡିସେମ୍ବରରେ ଏମାନଙ୍କୁ ଗିରଫ କରିଥିଲା । ସୁପ୍ରିମ୍କୋର୍ଟ ଅଭିଯୁକ୍ତମାନଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *