Wednesday , January 19 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପୁଲିସ ର ଏନକାଉଂଟରରେ ଗଂଜେଇ ମାଫିଆ କାବୁଲ ଖରା ଆହତ

ସଂକ୍ଷେପରେ ତାଜା ଖବର : ପୁଲିସ ର ଏନକାଉଂଟରରେ ଗଂଜେଇ ମାଫିଆ କାବୁଲ ଖରା ଆହତ

କୋରାପୁଟ, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ପୁଲିସ ର ଏନକାଉଂଟରରେ ଗଂଜେଇ ମାଫିଆ କାବୁଲ ଖରା ଆହତ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ କାବୁଲ ଖରା ଜଣେ ଗଂଜେଇ ମାଫିଆ । ତା ନାମରେ ୫ ଟି ଥାନାରେ ଏକାଧିକ ମାମଲା ରହିଛି । ପୋଲିସ୍ ସହିତ ସେ ଜୟପୁର ସଦର ହାତିଶାଳ ନିକଟରେ ମୁହାଁ ମୁହିଁ ହେବା ଫଳରେ ପୋଲିସ୍ ଉପରକୁ ସେ ୨ ରାଉଣ୍ଡ ଗୁଳି ଚଳାଇଥିଲା । ପୋଲିସ୍ ପାଲଟା ଗୁଳି ଚଳାଇବାରୁ ତାଡ଼ାହାଣ ଗୋଡ଼ରେ ଗୁଳି ବାଜିବା ଫଳରେ ସେ ଆହତ ହୋଇଛି । ପ୍ରଥମେ ତାକୁ ଜୟପୁର ହସପିଟାଲ ଓ ପରେ କୋରାପୁଟ ଜିଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ୍ ଗୋଟିଏ ପିସ୍ତଲ, ୨ ଟି ଗୁଳି ଓ ୨ ଟି କାର ଜବତ କରିଛି । କାବୁଲ ର ୩ ଜଣ ସହଯୋଗୀ ଗିରଫ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା : ଜଣେ ଗୁରୁତର ଆହତ

ବାଲିଗୁଡା,୧୬/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଦଣ୍ଡପଦର ଠାରେ ରବିବାର ସନ୍ଧ୍ୟାରେ ଦୁଇ  ବାଇକ୍ ମୁହାଁ ମୁହିଁ …

Leave a Reply

Your email address will not be published. Required fields are marked *