ପାଟକୁରା, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ଆସନ୍ତା ୨୦ ତାରିଖରେ ପାଟକୁରା ନିର୍ବାଚନ ଅନୁଷ୍ଠିତ ହେବ । ବର୍ତମାନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ପାଟକୁରାରେ ପହଂଚି ସାରିଛନ୍ତି । ବାରିମୂଳ ପଡ଼ିଆରେ ହେଲିକାପଟରରୁ ଓହ୍ଲାଇ ହାଇଟେକ୍ ବସ ରେ ରୋଡ଼ ସୋ ଆରମ୍ଭ କରିଛନ୍ତି । ଦଳିୟ ପ୍ରାର୍ଥୀ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲା ମଧ୍ୟ ଏହି ରୋଡ ସୋ ରେ ସାମିଲ ହୋଇଛନ୍ତି । ବହୁ ସଂଖ୍ୟାର ଲୋକେ ବିଶେଷ ଭାବେ ସଂଖ୍ୟାଧିକ ମହିଳା ଙ୍କ ଉପସ୍ଥିତି ଦେଖାଯାଉଛି । ଆଜି ମୁଖ୍ୟମନ୍ତ୍ରୀ ଗୋଟିଏ ଦିନରେ ଡ଼େରାବିଶ, ମାର୍ଶାଘାଇ ଓ ଗରଦପୁର ବ୍ଲକ୍ ରେ ରୋଡ଼ ସୋ କରି ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ଼ରହିଛି । ଉପସ୍ଥିତ ଲୋକମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବା ପାଇଁ ବେଶ୍ ଉତ୍ସାହିତ ଥିବା ଦେଖାଯାଉଛି । ଓଡ଼ିଶା ସମାଚାର