Sunday , January 23 2022
Breaking News
Home / ତାଜା ଖବର / ସଂକ୍ଷେପରେ ଖବର : ୮ ଘଂଟିଆ କେନ୍ଦ୍ରାପଡ଼ା ବନ୍ଦ୍ ଆଜି

ସଂକ୍ଷେପରେ ଖବର : ୮ ଘଂଟିଆ କେନ୍ଦ୍ରାପଡ଼ା ବନ୍ଦ୍ ଆଜି

କେନ୍ଦ୍ରାପଡ଼ା, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ଗୁଲନଗର ଗୁଳିକାଣ୍ଡ ପ୍ରତିବାଦରେ କେନ୍ଦ୍ରାପଡ଼ା ବନ୍ଦ ଆଜି । ପାଟକୁରା ନିର୍ବାଚନ ଥିବାରୁ ପାଟକୁରା କୁ ଛାଡ଼ି ଜିଲାର ଅନ୍ୟ ସମସ୍ତ ସ୍ଥାନରେ ବନ୍ଦ ପାଳନ କରାଯିବ । ବଣିକ ସଂଘ, ବଜରଙ୍ଗ ଦଳ ଓ ଧର୍ମରକ୍ଷା ସେନା ପକ୍ଷରୁ ଅଭିଯୁକ୍ତ ଅପରାଧୀଙ୍କ ଗିରଫ ଦାବିରେ ୮ ଘଂଟିଆ ବନ୍ଦ ପାଳନ ପାଇଁ ଡ଼ାକରା ଦିଆଯାଇଛି । ପାଟକୁରା ନିର୍ବାଚନ ଥିବାରୁ ଓ ଆଜି ମୁଖ୍ୟମନ୍ତ୍ରୀଙ୍କର ନିର୍ବାଚନ ପ୍ରଚାରରେ ପାଟକୁରା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ପାଟକୁରାକୁ ଏହି ବନ୍ଦ ରୁ ବାଦ ଦିଆଯାଇଛି । କେନ୍ଦ୍ରାପଡ଼ାର ତିନିମୁହାଣି ଛକରେ ରାସ୍ତା ବନ୍ଦ କରାଯାଇଛି । ଗାଡ଼ି ମଟର ଚଳା ଚଳ ବନ୍ଦ ରହିଛି । ଓଡ଼ିଶା ସମାଚାର

About admin

Check Also

କିସିଣ୍ତା ଥାନା ସମ୍ମୁଖରେ ମହିଳାଙ୍କୁ ହତ୍ୟା

ସମ୍ବଲପୁର ୨୦/୧/୨୦୨୨ (ଓଡ଼ିଶା ସମାଚାର)- ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି …

Leave a Reply

Your email address will not be published. Required fields are marked *