Wednesday , December 7 2022
Breaking News
Home / ବିଶେଷ / ରାଜ୍ୟର ୩୩୨୩ ଗ୍ରାମକୁ ରାସ୍ତା ନାହିଁ : ମନ୍ତ୍ରୀ

ରାଜ୍ୟର ୩୩୨୩ ଗ୍ରାମକୁ ରାସ୍ତା ନାହିଁ : ମନ୍ତ୍ରୀ

ଭୁବନେଶ୍ୱର, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟରେ ୩୩୨୩ ସଂଖ୍ୟକ ଗ୍ରାମକୁ ରାସ୍ତା ସଂଯୋଗ ହୋଇପାରି ନାହିଁ ବୋଲି ପଂଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତରରେ କହିଛନ୍ତି । ସେ କହିଛନ୍ତି ଏହି ରାସ୍ତାଗୁଡ଼ିକୁ ବିଶେଷ କରି ଗ୍ରାମପଂଚାୟତ କାର୍ଯ୍ୟାଳୟ ସହିତ ଜନବସତିକୁ ସବୁଦିନିଆ ରାସ୍ତା ଅଟେ ଏବଂ ଏହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ୧୯୫୫୨୪.୦୧ ଲକ୍ଷ ଅର୍ଥ ଆବଶ୍ୟକ ହେବ । ଏହିସବୁ ରାସ୍ତା ସଂଯୋଗୀକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନିଆଯାଉଅଛି । ସରକାର ବିଭିନ୍ନ ଯୋଜନା ଯଥା ଏମଜି ନରେଗା, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ସେଂଟ୍ରାଲ ଅର୍ଥ କମିଶନ, ରାଜ୍ୟ ଅର୍ଥ କମିଶନ, ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଏବଂ ଉପାନ୍ତ ମାଧ୍ୟମରେ ପର୍ଯ୍ୟାୟକ୍ରମେ ସମସ୍ତ ଗ୍ରାମକୁ ରାସ୍ତା ଏବଂ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସହିତ ଜନବସତିକୁ ସବୁଦିନିଆ ରାସ୍ତା ସଂଯୋଗୀକରଣ ନିମନ୍ତେ ପଦକ୍ଷେପ ନିଆଯାଉଅଛି । ଓଡ଼ିଶା ସମାଚାର

Leave a Reply

Your email address will not be published.