ପାଟକୁରା , ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ବିଧାନସଭା ନିର୍ବାଚନରେ ଅଧିକ ଭୋଟ ହାତେଇବାକୁ କଂଗ୍ରେସ ପକ୍ଷରୁ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକ ଅଧିନ ବେଡାରୀ ପଂଚାୟତର ହରିଦାସପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସର ବରିଷ୍ଠ ନେତା ତଥା ଗରଦପୁର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଜ୍ୟୋତି ରଞ୍ଜନ ପରିଡାଙ୍କ ବାସଗୃହରେ ଅନୁଷ୍ଠିତ ଏହି ବୈଠକରେ କଂଗ୍ରେସ ଦଳର ତୁଙ୍ଗ ନେତା ତଥା ଦଳୀୟ କର୍ମକର୍ତାମାନେ ଉପସ୍ଥିତ ରହି ଚଳିତ ବିଧାନସଭା ନିର୍ବାଚନରେ ଦଳ କିପରି ଅଧିକ ଭୋଟ ସଂଗ୍ରହ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । ଗରଦପୁର ବ୍ଲକର ୧୦ ନମ୍ବର ଓ୧୧ ନମ୍ବର ଜିଲାପରିଷଦ ଜୋନ୍ ଅଧିନରେ ରହିଥିବା ବିଭିନ୍ନ ଗ୍ରାମଗୁଡିକରେ ପୁରୁଣା କଂଗ୍ରେସ କର୍ମୀମାନଙ୍କ ପାଖରେ ପହଂଚିବା ସହିତ ସାଧାରଣ ଭୋଟରମାନଙ୍କୁ କିପରି ପ୍ରଭାବିତ କରାଯାଇ ଦଳ ସପକ୍ଷରେ ଭୋଟ ଅଣାଯାଇ ପାରିବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ପୂର୍ବତନ ବିଧାୟକ ଭୁଜବଳ ମାଝି, ରାଉଲକେଲାର କଂଗ୍ରେସ ନେତା ବିରେନ୍ ସେନାପତି, ପ୍ରଦେଶ କଂଗ୍ରେସ କମିଟ୍ର ସାଧାରଣ ସମ୍ପାଦକ ଜ୍ଞାନଦେବ ବେଉରା, ଜିଲା କଂଗ୍ରେସ କମିଟ୍ ସମ୍ପାଦକ ଚିତରଞ୍ଜନ ରାଉତ,୧୧ ନମ୍ବର ଜିଲା ପରିଷଦ ଜୋନ୍ରୁ ସଂଗ୍ରାମ କେଶରୀ ପୃଷ୍ଟି,୧୧ନମ୍ବର ଜିଲା ପରିଷଦ ଜୋନ୍ରୁ ଦିଲ୍ଲିପ କୁମାର ରାଉତଙ୍କ ସହିତ ବେଡାରୀ, ପଦ୍ମପୁର ଓ ପାଟକୁରା ପଂଚାୟତର କଂଗ୍ରେସ ଦଳର ସଭାପତିମାନେ ଉପସ୍ଥିତ ରହି ଆସନ୍ତା ବିଧାନ ସଭା ନିର୍ବାଚନ ପାଇଁ ଦଳର ରଣ କୌଶଳ ପ୍ରସ୍ତୁତି କରିଥିଲେ । ଓଡ଼ିଶା ସମାଚାର