କେନ୍ଦ୍ରାପଡା ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)ର ଜିଲ୍ଲା ପରିଷଦ ବୈଠକ ଗୋପଛକ ଠାରେ ଜିଲ୍ଲା ପରିଷଦ ସଭ୍ୟ ସାଥି ପ୍ରଦୀପ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରାରମ୍ଭରେ ଜିଲ୍ଲା ସମ୍ପାଦକ ଆଇନଜୀବି ରମଣୀରଞ୍ଜନ ରାଉତରାୟ ବିଗତ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା ପରେ ଆସନ୍ତା ୨୦ତାରିଖ ପାଟକୁରା ନିର୍ବାଚନ ପରିପ୍ରେକ୍ଷୀରେ ବର୍ତମାନର ରାଜନୈତିକ ପରିସ୍ଥିତି ଓ ସି.ପି.ଆଇ.ର ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରି ତୁରନ୍ତ ମାର୍ଶାଘାଇ ବ୍ଲକ ଦାୟିତ୍ୱରେ ମାର୍ଶାଘାଇ-ମହାକାଳପଡା ଜୋନ ସମ୍ପାଦକ ସାଥି ବିକାଶ ଚନ୍ଦ୍ର ବେଉରା,ଡେରାବିଶ ବ୍ଲକ ଦାୟିତ୍ୱରେ କେନ୍ଦ୍ରାପଡା- ଡେରାବିଶ ବ୍ଲକ ଜୋନ ସମ୍ପାଦିକା ସାଥି ଶୁବାସିନୀ ଭଦ୍ର, ସାଥି ରଞ୍ଜନ କୁମାର ମଲ୍ଲିକ,ଗରଦପୁର ବ୍ଲକ ଦାୟିତ୍ୱରେ ସାଥି ନିରଞ୍ଜନ ଷଡଙ୍ଗୀଙ୍କୁ ବୈଠକରେ ଦାୟିତ୍ୱ ପ୍ରଦାନ ସହିତ ଆସନ୍ତା ୧୭ତାରିଖରେ ପାଟକୁରା ନିର୍ବାଚନ ମଣ୍ଡଳିର ଏକ ସାଧାରଣ ପରିଷଦ ବୈଠକ କରାଯିବାକୁ ସ୍ଥିର କରାଯାଇଥିଲା । ସେହି ବୈଠକରେ ରାଜ୍ୟ ସମ୍ପାଦକଙ୍କ ସହିତ ରାଜ୍ୟ ନେତୃତ୍ୱ ଯୋଗଦେବେ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଏତଦବ୍ୟତିତ ଆସନ୍ତା ଅଗଷ୍ଟ ୯ତାରିଖ ଶୁକ୍ରବାର ଦିନ ସି.ପି.ଆଇ. ପକ୍ଷରୁ ତୁରନ୍ତ ଫଣି ବାତ୍ୟାରେ କ୍ଷୟ ହୋଇଥିବା ଘର ଓ ଫସଲର କ୍ଷତିପୁରଣ ଦେବା,ଜଙ୍ଗଲ ଜମିର ପଟ୍ଟା ପ୍ରଦାନ,ଶୀତଳ ଭଣ୍ଡାର ପ୍ରତିଷ୍ଠା,୫ନମ୍ବର(କ)ଜାତୀୟ ରାଜପଥରେ ଟ୍ରକ ଚଳାଚଳକୁ କମାଇବା,ତୁରନ୍ତ କେନାଲକୁ ସଫା କରିବା,ବେକାର ଯୁବକକୁ ନିଯୁକ୍ତି କିମ୍ବା ଭତା ପ୍ରଦାନ ଆଦି ଦାବିରେ ଏକ ବିଶାଳ ସମାବେଶ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ବୈଠକରେ ଜିଲ୍ଲା ସ୍ତରୀୟ ସମ୍ପାଦକ ସାଥି ଆଦିକନ୍ଦ ରାଉଳ,ସାଥର ନିରଞ୍ଜନ ଷଡଙ୍ଗୀ,ସାଥି ସଂଯୁକ୍ତା ରାଉତ,ସାଥି ଶୁବାସିନୀ ଭଦ୍ର ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର