Sunday , October 17 2021
Breaking News
Home / ସ୍ୱାସ୍ଥ୍ୟ / ବସ୍ତି ଅଚଂଳର ପିଲାମାନଙ୍କୁ କୁପୋଷଣରୁ ରକ୍ଷା ନିମନ୍ତେ ସମୀକ୍ଷା ବୈଠକ

ବସ୍ତି ଅଚଂଳର ପିଲାମାନଙ୍କୁ କୁପୋଷଣରୁ ରକ୍ଷା ନିମନ୍ତେ ସମୀକ୍ଷା ବୈଠକ

କେନ୍ଦ୍ରାପଡା ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦାପଡା ଜିଲ୍ଲାର ବିଭିନ୍ନ ବସ୍ତି ଅଂଚଳରେ ଥିବା ପିଲାମାନଙ୍କୁ କୁପୋଷଣରୁ ରକ୍ଷା କରିବା ନିମନ୍ତେ ସୋମବାର ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ କିଭଳି ବସ୍ତି ଅଂଚଳର ପିଲାମାନଙ୍କ ସ୍ୱାସ୍ଥ୍ୟରକ୍ଷା ସହିତ ସେମାନଙ୍କୁ କୁପୋଷଣରୁ ରକ୍ଷା କରାଯାଇପାରିବ ସେଥିପ୍ରତି ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।  ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରକାଶ ବାନାର୍ଜୀ,ଜିଲ୍ଲା ସମାଜକଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ,ସମସ୍ତ ସିଡିପିଓ,ସୁପରଭାଇଜର,ମେଡିକାଲ ଅଫିସର ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

କୋରୋ ପଂଚାୟତରେ କରୋନା ଟୀକାକରଣ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଂଚାୟତରେ କରୋନା …

Leave a Reply

Your email address will not be published. Required fields are marked *