ପୁରୀ, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ପବିତ୍ର ରଥଯାତ୍ରା ଅବସରରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍-ଆଦିତ୍ୟ ବିର୍ଲା ଗ୍ରୁପ୍,ପୌରପାଳିକା, ପୁରୀ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏକ ଗଣ ପରିମଳ କାର୍ଯ୍ୟକ୍ରମ ପୁରୀ ବଡ଼ଦାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ମୁନିସପାଲିଟିର ଏକ୍ଜିଜ୍ୟୁଟିଭ୍ ଅଫିସର ବିଜୟ ଦାଶ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପୁରୀ ବଡ଼ଦାଣ୍ଡ, ସର୍ବସାଧାରଣ ଶୌଚାଳୟ ଆଦି ବିଭିନ୍ନ ସ୍ଥାନକୁ ପରିସ୍କାର କରାଯାଇଛି । ଏହି ପରିମଳ କାର୍ଯ୍ୟକ୍ରମରେ ଲାୟନ ବ୍ରାଣ୍ଡ୍ର ବ୍ଲିଚିଂ ପାଉଡର ବ୍ୟବହାର କରାଯାଇ କିଭଳି ଭାବେ ଡେଙ୍ଗୁ, ମାଲେରିଆ, ବ୍ୟାକ୍ଟେରିଆ କିମ୍ବା ବର୍ଷା ଯୋଗୁ ଜମି ଥିବା ଅଳିଆ ଆବର୍ଜନାରୁ ଉତ୍ପନ୍ନ ବିଭିନ୍ନ ଜଳବାହିତ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ, ସେ ବିଷୟରେ ସର୍ବସାଧାରଣଙ୍କୁ ଅବଗତ କରାଯାଇଥିଲା । ବଡ଼ଦାଣ୍ଡ ଭଳି ପବିତ୍ର ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ କରି ଲୋକମାନଙ୍କୁ ସ୍ୱଚ୍ଛତା ସମ୍ପର୍କରେ ଅବଗତ କରାଇବା ସହ ସେମାନଙ୍କୁ ଧର୍ମ ମାଧ୍ୟମରେ ପରିଚ୍ଛନ୍ନତା ଆପଣେଇବାକୁ “ସ୍ୱଚ୍ଛତା ରହେ ସାଥ୍- ଖୁସ୍ ରହେ ଜଗନ୍ନାଥ‘ ବାର୍ତା ପ୍ରଦାନ କରାଯାଇଛି । ସିଏସ୍ଆର୍ ଉପମହାପ୍ରବନ୍ଧକ ରବୀନ୍ଦ୍ର କୁମାର ମହାନ୍ତି, ଆଇଆର୍ର ସହାୟକ ମହାପ୍ରବନ୍ଧକ ପୁରୁଷୋତମ ଶର୍ମା, ଲୋକ ସମ୍ପର୍କ ବିଭାଗର ପ୍ରବନ୍ଧକ ପ୍ରବୀଣ ନାରାୟଣ ଦାଶ, ରିଜିଓନାଲ୍ ମାର୍କେଟିଂ ମ୍ୟାନେଜର ରଜେନ୍ଦ୍ର ପରବ (ୱେଷ୍ଟ୍), ରିଜିଓନାଲ ମାର୍କେଟିଂ ମ୍ୟାନେଜର ସ୍ମରଣ ସାହୁ (ଇଷ୍ଟ) ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର