ପାଟକୁରା , ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ଥାନା ପକ୍ଷରୁ ମଙ୍ଗଳବାର ବିଭିନ୍ନ ସ୍ଥାନରେ ଅବକାରୀ ରୋକିବାକୁ ଧରପଗଡ କରାଯାଇଥିବାର ଜଣାଯାଇଛି । ପାଟକୁରା ଥାନା ପକ୍ଷରୁ ଜଣାଯାଇଛି ଯେ,ପାଟକୁରା ଥାନା ଅଧିନ ପଦ୍ମପୁର. ନୁଆପଡା, ତିକନପୁର, ବନ୍ତଳା ଓ ହରିପୁର ଆଦି ବିଭିନ୍ନ ସ୍ଥାନମାନଙ୍କରେ ଚୋରା ମଦ କାରବାରକୁ ରୋକିବା ପାଇଁ ପୁଲିସ ପକ୍ଷରୁ ଧରପଗଡ କରାଯାଇଥିଲା । ମାତ୍ର କୌଣସି ଠାରେ ଅବକାରୀ ଜିନିଷ ଧରାଯାଇ ପାରି ନ ଥିବା ଥାନା ସୂତ୍ରରୁ ଜଣାଯାଇଛି । ଓଡ଼ିଶା ସମାଚାର