ଗରଦପୁର, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ଆସନ୍ତା ୨୦ ତାରିଖରେ ପାଟକୁରା ବିଧାନସଭା ନିର୍ବାଚନ ଆଉ ମାତ୍ର କେଇଦିନ ବାକି ଥିବାବେଳେ ସମସ୍ତ ରାଜନୈତିକ ଦଳ ତାଙ୍କ ପ୍ରଚାରକୁ ଯୋରଦାର କରିଛନ୍ତି । ମଙ୍ଗଳବାର କେନ୍ଦ୍ରାପଡ଼ାର ନବ ନିର୍ବାଚିତ ସାଂସଦ ଅନୁଭବ ମହାନ୍ତି ତେଣ୍ଡାକୁଡ଼ା ପଂଚାୟତରେ ରୋଡ଼ ସେ କରିଛନ୍ତି । ଏକ ବିଶାଳ ଶୋଭାଯାତ୍ରାରେ ଅନୁଭବ ମହାନ୍ତି ଗତ ସାଧାରଣ ଭୋଟରେ ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିଥିବାରୁ କୃତଜ୍ଞତା ଜଣାଇବା ସହିତ ଆସନ୍ତା ୨୦ ତାରିଖରେ ମା ସାବିତ୍ରୀ ଅଗ୍ରୱାଲାଙ୍କୁ ମଧ୍ୟ ବିପୁଳ ସଂଖ୍ୟାରେ ଭାଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ । ତେଣ୍ଡାକୁଡ଼ା ପଂଚାୟତ ବିଜେଡ଼ି ସଭାପତି ଅମୂଲ୍ୟ ସିଂ, ଗରଦପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ବାସୁହେବ ବେହେରା, ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି, ରବିନ୍ଦ୍ରକୁମାର ମହାପାତ୍ର, କେନ୍ଦ୍ରାପଡ଼ା ଜିଲା ବିଜେଡ଼ି ସାଧାରଣ ସମ୍ପାଦକ ମିର ଗୋଲାମ ହୁସେନ୍, ମିର ଗୋଲାମ ଜିଲାନୀ ପ୍ରମୁଖ ଏହି ରୋଡ଼ ସୋର ନେତୃତ୍ୱ ନେଇଥିଲେ । କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମଧ୍ୟ ଅନୁଭବ ଙ୍କ ସହିତ ଥିଲେ । ଶ୍ରୀ ଅନୁଭବ ମହାନ୍ତି ଆଳିଜଙ୍ଗା ଗ୍ରାମରେ ଏକ ନୂତନ ବିଜେଡ଼ି କାର୍ଯ୍ୟାଳୟକୁ ଫିତା କାଟି ଉଦଘାଟନ କରିଥିଲେ । ଓଡ଼ିଶା ସମାଚାର