କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ପ୍ରଜ୍ଞା ରଥ)-ମର୍କତ ନଗର ସିଡିଏ ୬ ନମ୍ବର ସେକ୍ଟରରେ ଥିବା କାଠଯୋଡି ବିହାରରେ ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । ଶାଗୁଆନ, ଶିଶୁ, ରାଧାଚୂଡା, ଆକାଶିଆ, ଓଉ, ବେଲ, ଜାମୁକୋଳି, ଡାଳିମ୍ବ, ଫାଶୀ ପ୍ରଭୃତି ଗଛ ରୋପଣ କରାଯାଇଥିଲା । କାଠଯୋଡି ବିହାର ଅଭିରାମ ପରମହଂସ ଆଶ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଭିନେତା ସବ୍ୟସାଚୀ ମହାପାତ୍ର, କ୍ଲବର ସଭାପତି ବିଦୁ୍ୟତ୍ କୁମାରୀ ଲାଲ୍, ଦେବୀପ୍ରସାଦ ମଲ୍ଲିକ, ବିଶ୍ୱରଂଜନ ମହାନ୍ତି, ଦିଲ୍ଲୀପ କୁମାର ଦାସ, ସୁଜାତା ସାମଲ, ବି.ଡି ଦାସ, ଦୀପକ ମହାନ୍ତି, ନଳିନପ୍ରଭା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିମଳ ରଣା, ଚପଳା ପଟ୍ଟନାୟକ, ଶିଶୁପତି ମଲ୍ଲିକ, ବାସନ୍ତୀ ସାହୁ ପ୍ରମୁଖ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର