Friday , September 29 2023
Breaking News
Home / ବିଶେଷ / ଯୋବ୍ରାରେ ୫୦ ଦୋକାନ ଉଚ୍ଛେଦ

ଯୋବ୍ରାରେ ୫୦ ଦୋକାନ ଉଚ୍ଛେଦ

କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)-କଟକ ସହରର ବିଭିନ୍ନ ସ୍ଥାନରେ ଜବରଦଖଲକାରୀଙ୍କୁ ହଟାଇବାକୁ ଅଦାଲତ ନିଦେ୍ର୍ଦଶ ଦେଇଥିଲେ । ଅଦାଲତ ଆଦେଶ ବଳରେ ଆଜି ଯୋବ୍ରା, କଲେଜଛକ ଅଂଚଳରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ଜବରଦଖଲକାରୀଙ୍କ ଯୋଗୁଁ ରାସ୍ତାରେ ବେଆଇନ ପାର୍କିଂ ସହିତ ରାସ୍ତା ଅବରୋଧ କରାଯାଇଛି । ଆହୁରି କେତେକ ଅଂଚଳରେ ବ୍ୟବସାୟୀମାନେ ରାସ୍ତାରେ ବାଲିଗୋଡ଼ି ଜମାକରି ବେପାର ଚଳାଉଛନ୍ତି । ଏହାଦ୍ୱାରା ରାସ୍ତା ଅବରୋଧ ଓ ବେଆଇନ ପାର୍କିଂକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସହରର ଜନଗହଳିପୂର୍ଣ୍ଣ ଯୋବ୍ରା ଅଂଚଳରୁ ୫୦ରୁ ଊଦ୍ଧ୍ୱର୍ ଦୋକାନକୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ସମୟରେ ଉତେଜନା ପ୍ରକାଶ ପାଇଥିଲା । ଏହାକୁ ନିୟନ୍ତ୍ରଣ କରିବାକୁ ଉଚ୍ଛେଦସ୍ଥଳରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଟ୍ରାଫିକ ଏସିପି ଯତୀନ କୁମାର ପଣ୍ଡା, ଇନ୍ସିପେକ୍ଟର ସୁରେନ୍ଦ୍ର କୁମାର ବଳ ଓ ସବ୍- ଇନ୍ସିପେକ୍ଟର ରଂଜନ କୁମାର ନାୟକ ନେତୃତ୍ୱରେ ଉଚ୍ଛେଦ କରାଯାଇଥିଲା । ଜବରଦଖଲ ଓ ରାସ୍ତା ଅବରୋଧକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶା ହାଇକୋର୍ଟ ନିଦେ୍ର୍ଦଶ ଦେଇଥିଲେ । ସେହି ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରାଯାଉଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *