Tuesday , October 19 2021
Breaking News
Home / ବିଶେଷ / ମଧୁସୂଦନ ଆଇଟିଆଇରେ ବିଶ୍ୱ ଯୁବ ଦକ୍ଷତା ଦିବସ

ମଧୁସୂଦନ ଆଇଟିଆଇରେ ବିଶ୍ୱ ଯୁବ ଦକ୍ଷତା ଦିବସ

କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ଯୋବ୍ରା ସ୍ଥିତ ମଧୁସୂଦନ ସରକାରୀ ଆଇଟିଆଇ ଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇ ଯାଇଛି । ଅଧ୍ୟକ୍ଷ ଇଂ. ଶିଶିର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିଳ୍ପ ନିଦେ୍ର୍ଦଶକ ପ୍ରଣବଜ୍ୟୋତି ନାଥ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଦକ୍ଷ କାରିଗର ହୋଇ ଜୀବନରେ ସଫଳତା ହାସଲ କରିବାକୁ ଆହ୍ୱନ ଦେଇଥିଲେ । ବିଶିଷ୍ଟ ଅତିଥି ଆଇଟିଆଇ ପରିଚାଳନା ସମିତି ଅଧ୍ୟକ୍ଷ ଇଂ. ପ୍ରଭାକର ସ୍ୱାଇଁ ଯୁବକମାନେ କାରିଗରୀ ଶିକ୍ଷା ଲାଭ କରି ସ୍ୱାବଲମ୍ବୀ ହେବା ବାଂଛନୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ପାରାଦ୍ୱୀପସ୍ଥିତ ଇଫକୋ କାରଖାନାର ଜେନେରାଲ ମ୍ୟାନେଜର ଜ୍ଞାନ ଚାନ୍ଦ ଆଚାର୍ଯ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ଆଇଟିଆଇ ଶିକ୍ଷାପ୍ରାପ୍ତ ଦକ୍ଷ କାରିଗରଙ୍କ ଚାହିଦା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି କଟକସ୍ଥିତ ମଣିଶ୍ରୀ ରିଫ୍ରାକ୍ଟୋରିଜ ଆଣ୍ଡ ସେରାମିକ କମ୍ପାନୀର ନିଦେ୍ର୍ଦଶକ ସତ୍ୟଜିତ ମହାନ୍ତି ଆଇଟିଆଇ ଶିକ୍ଷାପ୍ରାପ୍ତ ଯୁବକ ଯୁବତୀମାନେ ଦକ୍ଷତା ହାସଲ କଲେ ସେମାନଙ୍କୁ ଚାକିରି ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି କହିଥିଲେ । ବରେଣ୍ୟ ଅତିଥି ଭାବେ ରାଜ୍ୟ ବୈଷୟିକ ଶିକ୍ଷା ବିଭାଗ ଉପନଦେ୍ର୍ଦଶକ ଇଂ. ଶିବପ୍ରସାଦ ମଲ୍ଲିକ ଶିକ୍ଷାର୍ଥୀମାନଙ୍କୁ ତାଲିମ ସମୟରେ କଠିନ ପରିଶ୍ରମ କରି ଶିକ୍ଷାଲାଭ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଦୁଇ ପ୍ରାକ୍ତନ ଛାତ୍ର ମହମ୍ମଦ ଆୱେଫ ଓ ଦୀପକ କୁମାର ସାହୁଙ୍କୁ ଉଲ୍ଲେଖନୀୟ ଦକ୍ଷତା ଓ ସଫଳତା ପାଇଁ ରୋଲ ମଡେଲ ଭାବେ ସମ୍ମାନିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ରଞ୍ଜିତ କୁମାର ମହାନ୍ତି, ଖଗେଶ୍ୱର ଘଡେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂଘମିତ୍ରା ରାୟ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ …

Leave a Reply

Your email address will not be published. Required fields are marked *