ସ୍ଥିତି ଅନୁଧ୍ୟାନ କଲେ କ୍ରୀଡ଼ାମନ୍ତ୍ରୀ – ଜିଲାପାଳ
କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ଦେବାଶିଷ ରଥ)- ଟେବୁଲ୍ ଟେନିସ୍ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ହେବାକୁ ଥିବା ୨୧ତମ କମନ୍ ୱେଲଥ୍ ଟେବୁଲ୍ ଟେନିସ୍ ଚମ୍ପିଅନସିପ୍ ମ୍ୟାଚ ପାଇଁ ସଜେଇ ହେଉଛି କଟକ ସହର । ଚଳଚଂଚଳ ହୋଇଉଠିଛି ପ୍ରଶାସନ । ଆସନ୍ତା ଜୁଲାଇ ୧୭ରୁ ୨୨ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜବାହରଲାଲ ନେହରୁ ଇଣ୍ଡୋରଷ୍ଟାଡ଼ିୟମରେ ହେବାକୁ ଥିବା ଏହି ମ୍ୟାଚ୍ ପାଇଁ ପ୍ରଶାସନ ପକ୍ଷରୁ ସହରକୁ ସଫେଇ କରିବା, ମୁଖ୍ୟରାସ୍ତାଗୁଡ଼ିକୁ ବିଭିନ୍ନ ଚିତ୍ରରେ ସଜ୍ଜିତ କରାଯିବା ସହ ରାସ୍ତାଘାଟ ମରାମତି ମଧ୍ୟ ଜୋରଦାର ଚାଲିଛି । ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତରୁଣକାନ୍ତି ବେହେରା ଇଣ୍ଡୋର ଷ୍ଟାଡ଼ିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚମ୍ପିଅନସିପ୍ କ୍ରୀଡ଼ାରେ ଯେଭଳି ଖେଳାଳି ଓ ଦର୍ଶକଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି ନହେବ ସେନେଇ ବିଭାଗୀୟ ଅଧିକାରୀମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ । ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଏବଂ ସିଏମ୍ସି କମିଶନର ଅନନ୍ୟା ଦାସଙ୍କ ନେତୃତ୍ୱରେ ଷ୍ଟାଡ଼ିୟମ ପରିସର ସଫାସୁତରା ପାଇଁ ପଦକ୍ଷେପ ନିଆଯାଇଛି । ଓଡ଼ିଶାର ସଂସ୍କୃତି, ପରମ୍ପରା, ପର୍ଯ୍ୟଟନସ୍ଥଳ, ସମାଜରେ ପ୍ରତିଷ୍ଠିତ ନାରୀ, ଓଡ଼ିଶାର ଜାତୀୟ ଅନ୍ତର୍ଜାତୀୟସ୍ତରର ଖ୍ୟାତି ଅର୍ଜନ କରିଥିବା କ୍ରୀଡାବିତ୍ମାନଙ୍କ ସହ ଟେବୁଲ୍ ଟେନିସ୍ରେ ପ୍ରସିଦ୍ଧିଲାଭ କରିଥିବା ଖେଳାଳିଙ୍କ ଫଟୋଚିତ୍ର ମଧ୍ୟ ବିଭିନ୍ନ ଅଂଚଳରେ ସ୍ଥାନିତ ହୋଇଛି । ବାହାରୁ ଆସୁଥିବା ଖେଳାଳିମାନଙ୍କ ପାଇଁ ଯେପରି କୌଣସି ସମସ୍ୟା ସୃଷ୍ଟି ନହେବ, ସେଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । କଟକ ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ପର୍ଯ୍ୟଟନସ୍ଥଳକୁ ମଧ୍ୟ ସଫେଇ କରାଯିବା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଲୋକଲୋଚନକୁ ଆଣିବା ପାଇଁ ସହରର ବିଭିନ୍ନ ସ୍ଥାନରେ ୨୫ରୁ ଉଦ୍ଧ୍ୱର୍ ହୋର୍ଡ଼ିଂ ଲଗାଯାଇଛି । ଏଥିସହିତ କାଳିଆବୁଦାଠାରୁ ଇଣ୍ଡୋର ଷ୍ଟାଡ଼ିୟମ ପର୍ଯ୍ୟନ୍ତ ରିଙ୍ଗବନ୍ଧରେ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯାଇଥିବା ସିଏମ୍ସି କମିଶନର ଶ୍ରୀମତୀ ଦାସ କହିଛନ୍ତି ।
ଗୋପଦ ଅଭିଯାନରେ ଜିଲ୍ଲାପାଳ ବୁଲିଲେ ଇଣ୍ଡୋରଷ୍ଟାଡିୟମ ପରିସର
ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରେ ଚାଲିଥିବା (ଗ୍ରିଭାନ୍ସେସ୍ ଅଫ୍ ପିପୁଲ ଆଟ୍ ଦେୟାର ଡୋର୍ଷ୍ଟେପ୍) ‘ଗୋପଦ’ଅଭିଯାନରେ କଟକ ଜିଲ୍ଲାପାଳ ଇଣ୍ଡୋରଷ୍ଟାଡ଼ିୟମ ଅଂଚଳ ପରିଦର୍ଶନ କରିଛନ୍ତି । ଆସନ୍ତା ୧୭ତାରିଖରୁ ହେବାକୁ ଥିବା ଏହି ଚମ୍ପିଅନ୍ସିପ୍ ପାଇଁ ଷ୍ଟାଡ଼ିୟମକୁ କିଭଳି ପ୍ରସ୍ତୁତ କରାଯାଉଛି ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଉପଜିଲ୍ଲାପାଳ ଶୁଭ୍ରାଂଶୁ ଶେଖର ମିଶ୍ର, ପୂର୍ତବିଭାଗ ନିର୍ବାହୀ ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ସିଏମ୍ସି ଅଧିକାରୀମାନଙ୍କୁ ନେଇ ଇଣ୍ଡୋର ଷ୍ଟାଡ଼ିୟମ ଅଂଚଳ ପରିଦର୍ଶନ କରିଥିଲେ । ଏଥିସହିତ ଇଣ୍ଡୋର ଷ୍ଟାଡ଼ିୟମ ନିକଟସ୍ଥ ସତ୍ୟବ୍ରତ ଷ୍ଟାଡ଼ିୟମର ମରାମତି ଓ ପୁନରୁଦ୍ଧାର ପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏଠାରେ ପ୍ରତେକ ପାଗରେ ଜଗିଂ କରିବା ପାଇଁ ସ୍ୱତନ୍ତ୍ର ଟ୍ରାକ ନିର୍ମାଣ କରିବା, ସତ୍ୟବ୍ରତ ଷ୍ଟାଡ଼ୟମ ପାଶ୍ୱର୍ରେ ପୁରୁଷ ଓ ମହିଳାମାନଙ୍କ ନିମନ୍ତେ ଶୌଚାଳୟ ବ୍ୟବସ୍ଥା କରିବା, ଟେବୁଲ୍ ଟେନସ୍ ଆରମ୍ଭ ହେବା ପୂର୍ବରୁ ବୁଖାରୀ ସୟଦ ବାବାଙ୍କ ପୀଠକୁ ଯାଇଥିବା ପ୍ରାୟ ୫୦ମିଟର ରାସ୍ତା ନିର୍ମାଣ କରିବା, ଇଣ୍ଡୋର ଷ୍ଟାଡ଼ିୟମଠାରୁ ବୁଖାରୀ ବାବା ପୀଠ ପର୍ଯ୍ୟନ୍ତ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍, ଇଣ୍ଡୋର ଷ୍ଟାଡ଼ିୟମ୍ ପରିସର କଡ଼ରେ ମିନି ମାଇକ୍ରୋ କମ୍ପେୀଷ୍ଟିଂ ସେଂଟର ନିର୍ମାଣ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଏଥି ସହିତ ଗୋରାକବର ରାସ୍ତାରେ ବେଆଇନ ପାର୍କିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହିତ ସେଠାରେ ବେଆଇନ ଭାବେ ରହିଥିବା ଗାଡ଼ିଗୁଡ଼ିକରୁ ଜୋରିମାନା ଆଦାୟ କରିବା ପାଇଁ ଆରଟିଓଙ୍କୁ ସେ ନିଦେ୍ର୍ଦଶ ଦେଇଥିଲେ । ଓଡ଼ିଶା ସମାଚାର