Wednesday , October 4 2023
Breaking News
Home / ବିଶେଷ / ଗ୍ରୀନ୍ଭିଜନ ପକ୍ଷରୁ ବନୋମହୋତ୍ସବ

ଗ୍ରୀନ୍ଭିଜନ ପକ୍ଷରୁ ବନୋମହୋତ୍ସବ

ସାଲେପୁର,୧୫/୦୭/୨୦୧୯ ଓଡ଼ିଶା ସମାଚାର /ଅଭୟ ଜେନା) : ଗ୍ରୀନଭିଜନ ପକ୍ଷରୁ ସାଲେପୁର ବ୍ଳକ୍ ପୁରୁଣାହାଟ ପଂଚାୟତ ବୋଇଲୋ ଠାରେ ଥିବା ସ୍ୱପ୍ନେଶ୍ୱର ବାଳାଶ୍ରମ ଠାରେ ବନୋମହୋତ୍ସବ ଗ୍ରୀନଭିଜନର ନିର୍ଦ୍ଦେଶକ ବଳରାମ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପ୍ରଶାନ୍ତ କୁମାର ଭୂୟାଁ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ସ୍ମୃତିରଂଜନ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ରବୀନ୍ଦ୍ରନାଥ ପଣ୍ଡା, ଚିତ୍ତରଂଜନ ପଣ୍ଡା, ରାଜେଶ କୁମାର ସାହୁ ଯୋଗଦେଇ ବୃକ୍ଷର ଉପକାରୀତା ଉପରେ ବକ୍ତବ୍ୟ ରଖିଥିଲେ । ବାଳାଶ୍ରମର ସଂପାଦକ ସୁବାଶ ଚନ୍ଦ୍ର ସାହୁ , ବିଶ୍ୱଜିତ୍ ବାରିକ୍, ଦେବୀଦତ୍ତ ବସ୍ତିଆ, ସବିତା ବେହେରାଙ୍କ ସହଯୋଗରେ ଗ୍ରୀନଭିଜନ ପକ୍ଷରୁ ବାଳାଶ୍ରମ ପରିସରରେ ଉପାଦେୟ ବୃକ୍ଷର ଚାରା ରୋପଣ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *