Tuesday , October 19 2021
Breaking News
Home / ବିଶେଷ / ଉକ୍ରଳ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା ସଭା

ଉକ୍ରଳ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା ସଭା

  ନକ୍ସଲ ଦମନ କ୍ଷେତ୍ରରେ ଦୃଷ୍ଟି ଦେଉଛନ୍ତି ସରକାର: କେନ୍ଦ୍ରମନ୍ତ୍ରୀ

କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ପ୍ରଜ୍ଞା ରଥ)- ବହୁ ନକ୍ସଲପନ୍ଥୀ ଅତୀତରେ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇଛନ୍ତି ଏବଂ ଏବେ ମଧ୍ୟ ହେଉଛନ୍ତି । ସରକାରଙ୍କଠାରୁ ସେମାନଙ୍କୁ ଏଥିପାଇଁ ବହୁ ସହାୟତା ମିଳୁଛି । ନକ୍ସଲ ପାଲଟିଥିବା ଲୋକଙ୍କ ହୃଦୟ ପରିବର୍ତନ କରି ସାଧାରଣ ମଣିଷ ଭାବେ ସେମାନଙ୍କୁ ଛିଡ଼ା କରାଇବା କେନ୍ଦ୍ର ସରକାରଙ୍କର ପ୍ରୟାସ ଜାରି ରହିଛି । ଅନ୍ୟପକ୍ଷରେ ଭାରତର କୋଣ ଅନୁକୋଣରେ ନକ୍ସଲଙ୍କ ମୂଳୋତ୍ପାଟନ ପାଇଁ କେନ୍ଦ୍ରସରକାର ପ୍ରତିଶ୍ରୁତି ବଦ୍ଧ । ଆବଶ୍ୟକସ୍ଥଳେ ନକ୍ସଲ ଦମନ ପାଇଁ ସେନାବାହିନୀ ମୁତୟନ କରାଯିବ ବୋଲି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାଏ କହିଛନ୍ତି ।

ଉକ୍ରଳ ଯାଦବ ମହାସଭା ପକ୍ଷରୁ ରବିବାର କଟକ ବୟାଳିଶ ମୌଜାସ୍ଥିତ ଶ୍ରୀକୃଷ୍ଣ ବିହାରଠାରେ ଥିବା ଯଶୋଦା ଗାର୍ଡ଼େନ ପରିସରରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଏଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଅବସରରେ ସେ ଉକ୍ତ ମତଦେଇ କହିଲେ ଯେ, ଦେଶର ଆଭ୍ୟନ୍ତରୀଣ ତଥା ସୀମା ସୁରକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଏ ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ସମ୍ପ୍ରତି ଦୁଷ୍କର୍ମ ଘଟଣା ବୃଦ୍ଧି ପାଉଥିବା ନେଇ ଏକ ପ୍ରଶ୍ନର ଉତରରେ ସେ କହିଲେ ଯେ ଦୁଷ୍କର୍ମ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଅଭିଯୋଗ ସଂଖ୍ୟା କମ୍ ଥିଲା । ମାତ୍ର ବର୍ତମାନ ଏଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଯାହାକି ନରେନ୍ଦ୍ର ମୋଦୀ ସରକାରଙ୍କ ସମୟରେ ସମ୍ଭବ ହୋଇଛି । ଏହି ସରକାର ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଫାଶିଦଣ୍ଡ ଦିଆଯିବା ନେଇ ଆଇନ୍ରେ ସଂଶୋଧନ ଆଣିଛନ୍ତି । ତେଣୁ ତ୍ୱରିତ ନ୍ୟାୟ ମିଳିବା ନେଇ ଏବେ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି ପାଉଛି । ସେହିଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନେଇ ମଧ୍ୟ ସରକାର ସଚେତନ ଥିବା ସେ କହିଥିଲେ । ବିପର୍ଯ୍ୟୟର ମୁକାବିଲା ଏବଂ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟେ ମିଶି କାର୍ଯ୍ୟ କରିଥାନ୍ତି । ବିପର୍ଯ୍ୟୟ ପରବର୍ତୀ ପରିସ୍ଥିତିରେ ଜନସାଧାରଣଙ୍କ ନିକଟରେ ପହଂଚି ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗର ହାତ ବଢ଼ାଇବା କ୍ଷେତ୍ରରେ ମୋଦୀ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି ବୋଲି ସେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏଥିସହିତ ଓଡ଼ିଶାରେ ଯାଦବମାନଙ୍କର ସଂଗଠନ ଅଭିବୃଦ୍ଧି ହେବା ସହ ଐକ୍ୟତା ବୃଦ୍ଧି ପାଇଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ମତଦେଇ ରାଜନୈତିକ ଶକ୍ତି ଅଭିବୃଦ୍ଧି ପାଇଁ ସଂଗଠନ ଦୃଢ଼ ନେତୃତ୍ୱ ନେବାପାଇଁ ଆହ୍ୱାନ ଦେଇଥିଲେ । ଉକ୍ରଳ ଯାଦବ ମହାସଭାର ସଭାପତି ଆଶୀର୍ବାଦ ବେହେରାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା, ଉପସଭାପତି ପ୍ରଫୁଲ୍ଲ ଦାସ, ମହିଳା ସଭାନେତ୍ରୀ ଗୀତାରାଣୀ ଦାସ, ମୁଖ୍ୟ ଉପଦେଷ୍ଟା ଧର୍ମାନନ୍ଦ ବେହେରା, କୋଷାଧ୍ୟକ୍ଷ ଦେବେନ୍ଦ୍ର ଦାସ, କିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ଯୁବ ଯାଦବ ମହାସଭା ସଭାପତି ଇଂ. ପ୍ରଦୀପ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଏଙ୍କୁ ଉକ୍ରଳ ଯାଦବ ମହାସଭାର ଶତାଧିକ ଯୁବକ ଏକ ବିଶାଳ ମୋଟର ସାଇକେଲ ରାଲିରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରି ସଭାସ୍ଥଳକୁ ପାଛୋଟି ଆଣିଥିଲେ । ସାଧାରଣ ସମ୍ପାଦକ ପ୍ରଦୀପ ବେହେରା ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ …

Leave a Reply

Your email address will not be published. Required fields are marked *