Sunday , September 26 2021
Breaking News
Home / ତାଜା ଖବର / ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୩୨ ହଜାର ଟଙ୍କା ଲୁଟ

ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୧ ଲକ୍ଷ ୩୨ ହଜାର ଟଙ୍କା ଲୁଟ

ନାଉଗାଁ, ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ନାଉଗାଁ ଥାନା ଅନ୍ତର୍ଗତ ତିରଣା – ଡ଼ାବର ରାସ୍ତାରେ ରବିବାର ଅପରାହ୍ନରେ ଅଶ୍ୱିନୀ ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ଦେଖାଇ ୧ ଲକ୍ଷ ୩୨ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଅଶ୍ୱିନୀଙ୍କର ବାଲିକୁଦା ଥାନା ମାଧୁରୀ ବଜାରରେ ଏକ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ରବିବାର ସେ ଓ ତାଙ୍କର ଜଣେ ସହଯୋଗୀ ଗଙ୍ଗଦା ହାଟରୁ ବାକେୟା ଆଦାୟ କରି ବାଇକ୍ ରେ ଫେରିବା ବେଳେ ତିରୁଣା ମହାନିପାରୀ ଓ ଡ଼ାବର ରାସ୍ତାରେ ତିିନିଛକରେ ପଛପଟୁ ଏକ ବାଇକ୍ ରେ ତିନି ଜଣ ଯୁବକ ଏକ ବାଇକ୍ ରେ ଆସି ଆଗରେ ବାଇକ୍ ରଖି ଅଟକାଇଥିଲେ । ସେମାନେ ବନ୍ଧୁକ ଦେଖାଇ ତାଙ୍କ ନିକଟରେ ଥିବା ଟଙ୍କା ଛଡ଼ାଇ ତିରଣା ଦିଗକୁ ପଳାଇଥିଲେ । ଅଶ୍ୱିନୀ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ଛାନଭିନ୍ କରୁଛି । ଓଡ଼ିଶା ସମାଚାର

About admin

Check Also

ଚୋରା ମଦବେପାରୀ ଆକ୍ରମଣ ରେ ଅବସର ପ୍ରାପ୍ତ ଜଳସେଚନ କର୍ମଚାରୀ ଗୁରୁତର ଆହତ

ମାହାଙ୍ଗା,୨୩/୦୯/୨୦୨୧(ଓଡିଶା ସମାଚାର. /ଅଭୟ ଜେନା )-ମାହାଙ୍ଗା ଥାନା କୁମୁଡା ଜୟପୁର ଫାଣ୍ଡି ମଧୁପୁର ଗାଁରେ ଆଲୋଡନ ! ଚୋରା ମଦ …

Leave a Reply

Your email address will not be published. Required fields are marked *