ଭୁବନେଶ୍ୱର, ୧୫/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ୨୦୦୯ ମସିହା ପରଠାରୁ ରାଜ୍ୟରେ ୧୦୫ ଗୋଟି ବୃହତ୍ ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରାଯାଇଛି । ସେଗୁଡ଼ିକ ମଧ୍ୟରୁ ୪୩ଟି ଶିଳ୍ପ ପୂର୍ଣ୍ଣ ଉତ୍ପାଦନକ୍ଷମ ଶିଳ୍ପ ସଂସ୍ଥା ହୋଇଥିବା ବେଳେ ୪୭ଟି ଆଂଶିକ ଉତ୍ପାଦନକ୍ଷମ ଶିଳ୍ପସଂସ୍ଥା ରହିଛି । ସେହିପରି ୫ଟି ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ବୃହତ୍ ଶିଳ୍ପ ଉତ୍ପାଦନ ଅପେକ୍ଷାରେ ରହିଥିବା ବେଳେ, ୧୦ଟି ବୃହତ୍ ସ୍ପଞ୍ଜ ଆଇରନ ଶିଳ୍ପ ବନ୍ଦ ହୋଇଯାଇଛି ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ତାରକା ପ୍ରଶ୍ନର ଉତର ଦେଇ ଶ୍ରମମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ୨୦୦୯ ମସିହା ପରଠାରୁ ରାଜ୍ୟରେ କେତେ ଶିଳ୍ପ ସ୍ଥାପନ ହୋଇଛି ଏବଂ ବର୍ତମାନ ତାହାର ସ୍ଥିତି କ’ଣ ପ୍ରଶ୍ନର ଉତର ଦେଇ ଶ୍ରମମନ୍ତ୍ରୀ ଉପରୋକ୍ତ ଉତର ରଖିଛନ୍ତି । ତେବେ ବଜାର ମୂଲ୍ୟରେ ହ୍ରାସ, ଖଣି ବନ୍ଦ ହେବାରୁ କଞ୍ଚାମାଲର ବହୁଳ ଅଭାବ ଓ ଶିଳ୍ପ ମାନଙ୍କ ନିଜସ୍ୱ ଆର୍ଥିକ ସ୍ଥିତି ଖରାପ ଯୋଗୁଁ ପ୍ରତିଷ୍ଠା କରାଯାଇଥିବା ୧୦ଟି ବୃହତ୍ ସ୍ପଞ୍ଜ ଆଇରନ୍ ଶିଳ୍ପ ବନ୍ଦ ହୋଇଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର