ଜଗତସିଂହପୁର, ୧୫/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପ୍ରହରାଜପୁର କୁଶକଂଟା ଗ୍ରାମଠାରେ ସନ୍ଥ ବାହୁଡା ଦାସ ଭୋଇ ସମାଜ ବିକାଶ ପରିଷଦ ପକ୍ଷରୁ ସନ୍ଥ ଗୋସ୍ୱାମୀ ବାହୁଡା ଦାସଙ୍କ ୨୭୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କୁଶକଂଟା ଭୋଇ ସାମାଜର ସଭାପତି ଗିରିସ୍ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ଭୋଇ ଯୋଗଦେଇ ବାହୁଡା ଦାସଙ୍କ ଭୋଇ ସମାଜ ପ୍ରତିଥିବା ଅତୁଳନୀୟ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ସମ୍ପାଦକ ଅତୁଲ କୁମାରେ ନାୟକ ଯୋଗଦେଇ ଜାତିର ବିକାଶ ପାଇଁ ସୁ-ଚିନ୍ତିତ ମତାମତ ପ୍ରଦାନ କରିବା ସହିତ ଘର ପିଛା ଟଙ୍କାଟିଏ ଲେଖାଏଁ ସଂଗଠନକୁ ଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ସେହି ଟଙ୍କାଟିଏରେ ଭୋଇ ସମାଜର ସାଂଗଠନିକ କାର୍ଯ୍ୟ ଚାଲିବା ସହିତ ଅଂଚଳର ବିକାଶ ଓ ଭୋଇ ସମାଜର ଉନ୍ନତି ପାଇଁ ସଂଗଠନ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ପ୍ରଦାନ କରିଥିଲେ । ଅଂଚଳର ଦୀଲ୍ଲିପ ଭୋଇ, ବିଜ୍ଞାନ ଭୋଇ ବୈଠକରେ ଯୋଗଦେଇ ଭୋଇ ସାମାଜର ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ସ୍ୱର୍ଗତ ସନ୍ଥ ବାହୁଡା ଦାସଙ୍କ ଧାରାକୁ ବଜାୟ ରଖିବା ଓ ଶିକ୍ଷା, ସଂସ୍କାର, ନିଶା ନିବାରଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଷଦର ଆଇନଜୀବୀ ସୁକାନ୍ତ ଭୋଇଙ୍କ ସହିତ ସୂର୍ଯ୍ୟକାନ୍ତ ଭୋଇ, ରମାକାନ୍ତ ଭୋଇ, ଦୁର୍ଯ୍ୟୋଧନ ଦାସ, ବାବୁଲି ଦାସ, ରବିନ୍ଦ୍ର ଭୋଇ, ଭଗବାନ ଭୋଇ ପ୍ରମୁଖ ଯୋଗଦେଇ ଭୋଇ ଜାତି ଓ କୁଶକଂଟା ଅଂଚଳର ବିକାଶ ଓ ପରିବର୍ତନ ପାଇଁ ଭିନ୍ନଭିନ୍ନ ମତ ରଖିଥିଲେ । ପ୍ରାରମ୍ଭରେ ପରିଷଦର କୌଳାସ ଭୋଇ ଯୋଗଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜଳନ୍ଧର ଭୋଇ ସ୍ୱାଗତ ଭାଷଣ ଓ ନିର୍ମଳ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ପରିଷଦ ପକ୍ଷରୁ ବାହୁଡା ଦାସଙ୍କ ସମ୍ପର୍କରେ ସଂଗୀତ ମାଧ୍ୟମରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଓଡ଼ିଶା ସମାଚାର