ଜୟପୁର, ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଏକ ଆମ୍ବୁଲାନ୍ସ ରେ ଗଂଜେଇ ଚୋରା ଚାଲାଣ ବେଳେ ପୋଲିସ୍ ହାତରେ ଧରାପଡ଼ିଛି । ମିଳିଥିବା ତାଜା ସୂଚନା ଅନୁସାରେ ଜୟପୁର ସଦର ଥାନା ଅନ୍ତର୍ଗତ ପ୍ରାତ୍ରପୁଟ ନିକଟରେ ସୋମବାର ପୋଲିସ୍ ଏକ ଆମ୍ବୁଲାନ୍ସରୁ ୬୬୦ କେଜି ଗଂଜେଇ ଜବତ କରିଛି । ଏହି ଗଂଜେଇ ମାଲକାନାଗିରି ଜିଲା ଅନ୍ତର୍ଗତ କାଲିମେଳାରୁ ଉତରପ୍ରଦେଶ ଚୋରା ଚାଲାଣ କରାଯାଉଥିବା ଜଣାପଡ଼ିଛି । ଏଥିରେ ସମ୍ପୃକ୍ତ ୧୦ ଜଣଙ୍କୁ ପୋଲିସ୍ ଗିରଫ କରିଛି । ଓଡ଼ିଶା ସମାଚାର