Friday , October 22 2021
Breaking News
Home / ବିଶେଷ / ଶ୍ରୀଶ୍ରୀ ଶିରିଡି ସାଇ ବାବାଙ୍କ ଚଭାଡି ଶୋଭାଯାତ୍ରା

ଶ୍ରୀଶ୍ରୀ ଶିରିଡି ସାଇ ବାବାଙ୍କ ଚଭାଡି ଶୋଭାଯାତ୍ରା

ଜଗତସିଂହପୁର, ୧୫/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଜଗତସିଂହପୁର ଗୋପାଳସାଗର (ମାର୍କଣ୍ଡପୁର)ଠାରେ ଅବସ୍ଥିତ ଶ୍ରୀଶ୍ରୀ ଶିରିଡି ସାଇମନ୍ଦିର ନିକଟରୁ ଶ୍ରୀଶ୍ରୀ ଶିରିଡି ସାଇ ବାବାଙ୍କ ଚଭାଡି ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଶ୍ରୀ ଶିରିଡି ସାଇ ବାବାଙ୍କ ପାଲିଙ୍କି ଗୋପାଳସାଗର ମନ୍ଦିର ନିକଟରୁ ବାଜାବାଣ ରୋଷଣୀ କରି ବିରାଟ ଶୋଭାଯାତ୍ରାରେ ବାହାରି ଜଗତସିଂହପୁର ସହର ପରିକ୍ରମା କରିଥିଲା । ଏହି ଚଭାଡି ଶୋଭାଯାତ୍ରାରେ ଶହଶହ ସାଇ ଶ୍ରଦ୍ଧାଳୁ ଯୋଗଦେଇ ସାଇବାବାଙ୍କ ପାଲିଙ୍କି ସହିତ ସହର ପରିକ୍ରମା କରିଥିଲେ । ଏହି ଅବସରରେ ଏକଦିବସୀୟ ଶ୍ରୀ ସାଇନାଥ ସତ୍ ଚରିତ ପାରାୟଣ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ସାଇଭଜନ ସନ୍ଧ୍ୟା କଣ୍ଠଶିଳ୍ପୀ ସୁବାସ ଦାସ ଓ ସାଥି କଟକ ଦ୍ୱାରା ପରିବେଷଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *