କଟକ, ୧୫/୦୭/୨୦୧୯ (ଓଡ଼ିଶା ସମାଚାର /ପ୍ରଜ୍ଞା ରଥ)- କର୍ମବୀର ଗୌରୀଶଙ୍କରଙ୍କ ଦୂରଦୃଷ୍ଟି ବଳିଷ୍ଠ ଓଡ଼ିଆ ଜାତି ନିର୍ମାଣରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି । ନ’ଅଙ୍କ ଦୁର୍ଭିକ୍ଷର କରାଳ ବିଭୀଷିକା ଓ ଓଡ଼ିଆ ଭାଷା-ସାହିତ୍ୟ ବିଲୋପ ପାଇଁ ଚକ୍ରାନ୍ତଭିତିରେ ଓଡ଼ିଆ ଭାଷାଭିତିକ ସ୍ୱତନ୍ତ୍ର ପ୍ରଦେଶ ପାଇଁ ସଂଗ୍ରାମ ଓ ନବଜାଗରଣ ପାଇଁ ଭିତିି ପ୍ରଦାନ କ୍ଷେତ୍ରରେ ଗୌରୀଶଙ୍କର ଯେଉଁ ଭୂମିକା ଗ୍ରହଣ କରିଥିଲେ, ତାହା ଥିଲା ସମୟୋପଯୋଗୀ । ସମ୍ବାଦପତ୍ର ‘ଉକ୍ରଳ ଦୀପିକା’ ପ୍ରକାଶନ, ପୁରାତନ ସାହିତ୍ୟର ପ୍ରକାଶ, ଟାଉନହଲ ପ୍ରତିଷ୍ଠା ଆଦି ଅନେକ ଜନହିତକର କାର୍ଯ୍ୟ ମାଧ୍ୟମରେ ଗୌରୀଶଙ୍କର ଏ ଜାତିର ଯେଉଁ ସେବା କରିଛନ୍ତି, ତାହା ଅନନ୍ୟ ଓ ଆଧାରଣ । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କର୍ମବୀର ଗୌରୀଶଙ୍କର ରାୟ ସ୍ମୃତି ସଂସଦ, ଓଡ଼ିଶା ପ୍ରଦେଶସ୍ଥ କାୟସ୍ଥସଭା, ଉକ୍ରଳ ସାହିତ୍ୟ ସମାଜ ଓ କଟକ ମହାନଗର ନିଗମର ମିଳିତ ସହଯୋଗରେ ଆୟୋଜିତ କର୍ମବୀର ଗୌରୀଶଙ୍କର ରାୟଙ୍କ ୧୮୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ଆୟୋଜିତ ସାରସ୍ୱତ ସମାରୋହରେ ବକ୍ତାମାନେ ଉପରୋକ୍ତ ମତ ପ୍ରକାଶ କରିଛନ୍ତି । ଉକ୍ରଳ ସାହିତ୍ୟ ସମାଜର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ଏହି ଉତ୍ସବରେ କର୍ମବୀର ଗୌରୀଶଙ୍କର ରାୟ ସ୍ମୃତି ସଂସଦର ସଭାପତି ଉଦୟ ଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ
ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ ପରିଷଦର ସଦସ୍ୟ ତଥା ଉକ୍ରଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ, ମୁଖ୍ୟବକ୍ତା ସାରସ୍ୱତ ସ୍ରଷ୍ଟା ଡକ୍ଟର କ୍ଷୀରୋଦ ଚନ୍ଦ୍ର ବେହେରା, ସମ୍ମାନନୀୟ ବକ୍ତା ଡକ୍ଟର ସୋମା ଚାନ୍ଦ କର୍ମବୀର ଗୌରୀଶଙ୍କରଙ୍କ କର୍ମମୟ ଜୀବନ ଓ ନିଷ୍ଠାପର କର୍ତବ୍ୟ ସଂପାଦନା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଶିଷ୍ଟ ଫଟୋ ସାମ୍ବାଦିକ ଉମାପ୍ରସାଦ ମିଶ୍ର, ହୃଦୟାନାଥ ଦାସଙ୍କ ସମେତ ଅନ୍ୟ ପ୍ରତିଭାଧରଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସଂଜୟ କୁମାର ଛୁଆଳସିଂହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସ୍ମୃତି ସଂସଦର ସଂପାଦକ ଇନ୍ଦ୍ରଜିତ ଘୋଷ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଉକ୍ରଳ ସାହିତ୍ୟ ସମାଜର ଉପସଭାପତି ମନୋଜ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଜୟନ୍ତୀ ଉସôବର ଅନ୍ୟ ଏକ ସମାରୋହରେ ଉପସଭାପତି ମନୋଜ ପଟ୍ଟ ନାୟକ, ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ପାଠାଗାର ସଂପାଦକ ଡକ୍ଟର ସୁନାମଣି ରାଉତ, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ତରୁଣ କୁମାର ସାହୁ, ମୀନାକ୍ଷୀ ଦେବୀ, ଜେନା ଆଦିତ୍ୟ ପ୍ରତାପ ବାଘସିଂହ, ବ୍ରହ୍ମାନନ୍ଦ ବିଶ୍ୱାଳ, ବ୍ରହ୍ମାନନ୍ଦ ମହାନ୍ତି, ତରୁଣ କୁମାର ସାହୁଙ୍କ ସମେତ ଶିବାଶିଷ କର, ତନ୍ମୟ କୁମାର ହୋତା, ଲକ୍ଷ୍ମଣ ମଲ୍ଲିକ, ଭୁବନାନନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇ କର୍ମବୀର ଗୌରୀଶଙ୍କର ରାୟଙ୍କୁ ଶ୍ରଦ୍ଧାଞ୍ଜଳ ଅର୍ପଣ କରିଥିଲେ । ସେହିପରି ଗୌରୀଶଙ୍କର ପାର୍କରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଜୟନ୍ତୀ ଉସôବରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିଶନର ଅନନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀକାନ୍ତ ତରାଇ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ପାର୍କ ନିକଟରେ ଥିବା ଗୌରୀଶଙ୍କର ରାୟଙ୍କର ପ୍ରତିମୁର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଓଡ଼ିଶା ସମାଚାର