Tuesday , December 7 2021
Breaking News
Home / ବିଶେଷ / ରାଜ୍ୟରେ ୯୪ ଲକ୍ଷ ବିଦୁ୍ୟତ୍ ଉପଭୋକ୍ତା

ରାଜ୍ୟରେ ୯୪ ଲକ୍ଷ ବିଦୁ୍ୟତ୍ ଉପଭୋକ୍ତା

ଭୁବନେଶ୍ୱର, ୧୫/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)- ୧୯୯୬-୯୭ ଆର୍ଥିକ ବର୍ଷରେ ରାଜ୍ୟରେ ବିଦୁ୍ୟତ ଚାହିଦା ଓ ଯୋଗାଣ ୯ ହଜାର ୬୫୦ ମେଗା ୟୁନିଟ ଥିବାବେଳେ ୨୦୧୮-୧୯ରେ ଏହା ବୃଦ୍ଧି ପାଇ ୨୭ ହଜାର ୧୬୫ ମେଗା ୟୁନିଟରେ ପହଂଚିଛି । ଏହି ତିନି ଗୁଣା ବୃଦ୍ଧି ବିଦୁ୍ୟତ ସଂସ୍କାର ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିଦୁ୍ୟତ କାଟ ସମସ୍ୟାର ସମାଧାନ ସମ୍ପର୍କିତ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ କହିଛନ୍ତି, ବିଦୁ୍ୟତ ଉପଭୋକ୍ତାଙ୍କ ସଂଖ୍ୟା ଗତ ଦୁଇ ଦଶନ୍ଧିରେ ୬ ଗୁଣା ବୃଦ୍ଧି ପାଇଁ ୧୬ ଲକ୍ଷରୁ ୯୪ ଲକ୍ଷରେ ପହଂଚିଛି । ରାଜ୍ୟ ବର୍ତମାନ ବିଦୁ୍ୟତ ଶକ୍ତିର ଏକ ବଳକା ରାଜ୍ୟ ଭାବେ ପରିଗଣିତ ହେଉଛି ।ତେବେ ଅଘୋଷିତ ବିଦୁ୍ୟତ କାଟ ଓ କମ ଭୋଲଟେଜ ସମସ୍ୟାର ଦୁରିକରଣ ନିମନ୍ତେ ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗ ବିଧିବଦ୍ଧ ନିୟମ ବ୍ୟବସ୍ଥା ପ୍ରଣୟନ କରିଛନ୍ତି । ସେହିପରି ବିଦୁ୍ୟତ ବିଭ୍ରାଟର ସ୍ଥାୟୀ ନିରାକରଣ ନିମନ୍ତେ ରାଜ୍ୟରେ ବିଦୁ୍ୟତ ଶକ୍ତି ଉତ୍ପାଦନ ବୃଦ୍ଧି, ଗ୍ରୀଡ ଷ୍ଟେସନ ପ୍ରତିଷ୍ଠା, ସୌଭାଗ୍ୟ ଇତ୍ୟଦି ଯୋଜନା ମାଧ୍ୟମରେ ବିଦୁ୍ୟତ ଭିତିଭୂମୀର ସାମଗ୍ରିକ ବିକାଶ ଓ ବୃଦ୍ଧି କରାଯାଉଛି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *