Saturday , October 16 2021
Breaking News
Home / ଶିକ୍ଷା / ମଧ୍ୟାହ୍ନଭୋଜନ ଖାଇ ୧୭ ଅସୁସ୍ଥ

ମଧ୍ୟାହ୍ନଭୋଜନ ଖାଇ ୧୭ ଅସୁସ୍ଥ

ଅନୁଗୁଳ, ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଢ଼େଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ କୁଲେଇ ନୋଡାଲ ଉପ୍ରା ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ ୧୭ଜଣ ଛାତ୍ରଛାତ୍ରୀ । ଏହି ଦୃଶ୍ୟ ଦେଖି ଭୟଭୀତ ହୋଇ ପଡିଥିଲେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ । ଅବସ୍ଥା ଏତେ ଉଦ୍ବେଗ ଜନକ ହୋଇପଡ଼ିଥିଲା ଯେ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ସେଠିକାର ଅଂଚଳବାସୀମାନଙ୍କୁ ସେଠାରୁ ତୁରନ୍ତ ନେଇ ଆସି ତାଳଚେର ସରକାରୀ ଡାକ୍ତର ଖାନାରେ ଭର୍ତିି କରିଥିଲେ । ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରମାନେ ସେମାନଙ୍କୁ ଚିକିତ୍ସା କରିବା ପରେ ସେମାନଙ୍କ ମଧ୍ୟରୁ ୧୫ ଜଣ ଛାତ୍ରଛାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସପ୍ତମ ଶ୍ରେଣୀର ଛାତ୍ରୀ ସହିର ଭୂତିଆ ଓ ଷଷ୍ଠ ଶ୍ରେଣୀର ସୁବାସିନୀ ଭୂତିଆଙ୍କ ସ୍ୱାସ୍ଥ୍ୟବସ୍ଥା ଉଦ୍ବେଗଜନକ ଥିବାରୁ ସୁଦ୍ଧା ଉକ୍ତ ଦୁଇ ଜଣଙ୍କୁ ତାଳଚେର ଡାକ୍ତର ଖାନାରେ ଚିକିତ୍ସା କରାଯାଉଛି । ତେବେ ଡାକ୍ତର ଖାନା ଠାରେ ଉପସ୍ଥିତ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ବେହେରା ଯାହା କୁହନ୍ତି ଭାତ ଫୁଟିବା ସମୟରେ କୁଆଡ଼େ ଏକ ବୁଢ଼ିଆଣୀ ଉକ୍ତ ଭାତ ହାଣ୍ଡିରେ ପଡ଼ିଯାଇଥିଲା । ରୋଷେୟା ଭାତ ହାଣ୍ଡିରୁ ଉକ୍ତ ବୁଢ଼ିଆଣୀକୁ ପଦାକୁ ବାହାର କରିଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସିଦ୍ଧେଶ୍ୱରୀ ଉପ୍ରା ବିଦ୍ୟାଳୟରେ ବୃକ୍ଷ ରୋପଣ, ଶ୍ରେଣୀଗୃହ ଉଦଘାଟନ ଓ ପ୍ରତିମୂର୍ତି ଉନ୍ମୋଚନ ଉତ୍ସବ

ରଘୁନାଥପୁର ୧୨/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ପୁରୁଣାବସନ୍ତ ପଂଚାୟତ ଦେଉଳିସାହିସ୍ଥିତ ସିଦ୍ଧେଶ୍ୱରୀ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ …

Leave a Reply

Your email address will not be published. Required fields are marked *