କେନ୍ଦ୍ରାପଡ଼ା, ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ନବୀନଙ୍କ ସହ ବିଶ୍ୱାସଘାତକତା କଲେ ତା’ର ପରିଣାମ ଭୋଗିବାକୁ ପଡ଼ିଥାଏ ବୋଲି ଆଇନ ଓ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଜନତା ଦଳ ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ପାଟକୁରା ବିଧାନସଭା ନିର୍ବାଚନ ପରୀପ୍ରେକ୍ଷୀରେ ଏକ ବୈଠକ ଚାନେ୍ଦାଳଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶ୍ରୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, କେନ୍ଦ୍ରାପଡ଼ାବାସୀ ସର୍ବଦା ବିଜୁବାବୁଙ୍କୁ ଭଲପାଉଥିଲେ । ଏବେ ନବୀନବାବୁଙ୍କୁ ଭଲ ପାଉଛନ୍ତି । ଏହି କାରଣରୁ ଦୁଇ ଦୁଇ ଥର ବିଜେଡି ଟିକେଟରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢି ବୈଜୟନ୍ତ ପଣ୍ଡା ସାଂସଦ ହୋଇଥିଲେ । କିନ୍ତୁ ବିଜେଡିରୁ ବାହାରିଯାଇ ସେ ବିଜେପିରୁ ପ୍ରାର୍ଥୀ ହେବାପରେ ପ୍ରାୟ ଦେଢଲକ୍ଷରୁ ଊଦ୍ଧ୍ୱର୍ ଭୋଟରେ ପରାଜିତ ହୋଇଥିଲେ । କେନ୍ଦ୍ରାପଡ଼ା ସାଂସଦ ଭାବରେ ନିର୍ବାଚିତ ହୋଇଥିବା ଅନୁଭବ ମହାନ୍ତି ଖୁବ କମଦିନ ମଧ୍ୟରେ ନିର୍ବାଚନ ମଣ୍ଡଳୀର ସବୁ ସ୍ଥାନକୁ ଯାଇପାରିନଥିଲେ । କିନ୍ତୁ ନବୀନବାବୁଙ୍କ ଯୋଗୁଁ ସେ ଏତେ ସଂଖ୍ୟାରେ ଭୋଟପାଇ ନିର୍ବାଚିତ ହୋଇପାରିଲେ । ନବୀନବାବୁଙ୍କ ସହ ବିଶ୍ୱାସଘାତକତା ପାଇଁ କେନ୍ଦ୍ରାପଡାବାସୀ ବୈଜୟନ୍ତଙ୍କୁ ଜିତିବାକୁ ଦେଲେନାହିଁ ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ । ସେହିଭଳି ଦାମବାବୁ ବିଜେଡିକୁ ବଙ୍ଗୋପସାଗରକୁ ଫିଙ୍ଗିଦେବେ ବୋଲି କହୁଥିଲେ । ସେ ନିଜେ ବଙ୍ଗୋପସାଗରରେ ପଡ଼ିଲେ । ନବୀନବାବୁଙ୍କ ସହ ବିଶ୍ୱାସଘାତକତା କଲେ ଏହାର ପରିଣାମ ଏପରି ହୋଇଥାଏ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ । ପାଟକୁରାର ବିକାଶ ଚାହୁଁଥିଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ବହୁ ସଂଖ୍ୟାରେ ଭୋଟଦେବାକୁ ସେ ନିବେଦନ କରିଥିଲେ । ସେ ପୁଣି କହିଲେ ଯେ ଖୁବ ଶୀଘ୍ର କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଅପଗ୍ରେଡେସନ କରାଯିବ । ରାଜ୍ୟରେ ଆଇନଜୀବୀମାନଙ୍କୁ ସଂଗଠିତକରି ସେମାନଙ୍କ ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ପ୍ରଥମେ ବିଜେଡି ସରକାର ସୁଯୋଗ ଦେଲା । ନବୀନ ସରକାରଙ୍କ ନିଷ୍ପତି ଫଳରେ ରାଜ୍ୟର ୩୧୪ଟି ବ୍ଲକରେ ଜେଏମଏଫସି କୋର୍ଟ ଖୋଲିବାକୁ ଯାଉଛି ଓ ରାଜ୍ୟର ପ୍ରତ୍ୟେକ ପଂଚାୟତରେ ମଧୁସୂଦନ ଆଇନ ସହାୟକ କେନ୍ଦ୍ର ଖୋଲିଛି । ଯେଉଁଠି କୋର୍ଟ ରହିଛି ସେଠାରେ ଅପଗ୍ରେଡେସନ କରାଯାଇ ଉପର କୋର୍ଟ ଖୋଲାଯିବାକୁ ବ୍ୟବସ୍ଥା କରାଯାଉଛି । ଏଥିସହିତ ଆଇନଜୀବୀମାନଙ୍କ ନିମନ୍ତେ ରାଜ୍ୟରେ ଆଇନ ବିଶ୍ୱବିଦ୍ୟାଳୟ ଓ ଲୟାର୍ସ ଏକାଡେମୀ ପ୍ରତିଷ୍ଠା କରାଯାଉଛି । ଆଇନଜୀବୀଙ୍କ କଲ୍ୟାଣପାଣ୍ଠିକୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଛି । ତେଣୁ ଆଇନଜୀବୀମାନେ ଆସାନ୍ତା ପାଟକୁରା ବିଧାନସଭା ନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ଜିଲ୍ଲା ଆଇନଜୀବୀ ସାମୁଖ୍ୟର ଆବାହକ ଭୀମସେନ ଭୂୟାଁଙ୍କ ସଭାପତିତ୍ୱରେ ରାଜନଗର ବିଧାୟକ ଧ୍ରୁବ ସାହୁ ,ରାଜ୍ୟ ବିଜେଡି ଲିଗାଲ ସେଲର ଆବାହକ ମିଲନ କାନୁନଗୋ, ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଝିଅ ମଧୁସ୍ମିତା ଅଗ୍ରୱାଲ, ବିଜେଡି ଲିଗାଲ ସେଲ ସଦସ୍ୟ ସଞ୍ଜୟ କୁମାର ଜେନା ପ୍ରମୁଖ ବିଜେଡି ପ୍ରାର୍ଥୀଙ୍କୁ ବହୁ ଭୋଟରେ ଜିତାଇବା ପାଇଁ ନିବେଦନ କରିଥିଲେ । ଅନୁଷ୍ଠିତ ବୈଠକରେ ଶାନ୍ତିସ୍ୱରୂପ ଭୂୟାଁ, ବିଜୟ କୁମାର ପରିଡ଼ା,ଗୋକୁଳିରଞ୍ଜନ ଦାସ, ଗୋବର୍ଦ୍ଧନ ରାଉତ, ମାନସରଞ୍ଜନ ଧଳ, ନିରଞ୍ଜନ ବଳ, ଅରୁଣ କୁମାର ରାଉତ, ପ୍ରଭାତ ପ୍ରଧାନ, ମନୋଜ ସାହୁ, ସେକ ଅଜିମୁଦ୍ଦିନ, ଲଳିତେନ୍ଦୁ ପଣ୍ଡା, ନିହାର ମହାପାତ୍ର, ଶେଷଦେବ ଦାସ, ବୀରେନ୍ଦ୍ର ଦାସ, ସ୍ମୃତିରଞ୍ଜନ ସିଂ, ଧିରେନ୍ଦ୍ର କୁମାର ଦାସ, ଅନୂପମା ରାଉତ,ଭୀମ ପ୍ରଧାନ,ରବିନ୍ଦ୍ର ଦାସ, ସୁଶିଲ ଦାସ ପ୍ରମୁଖ ଶତାଧିକ ଆଇନଜୀବୀ ଯୋଗଦେଇଥିଲେ । ଓଡ଼ିଶା ସମାଚାର
