ପାରାଦ୍ୱୀପ ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପ ତୈଳ ବିଶୋଧନଗାରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟି.ଡି.ଭି.ଏସ୍ ଗୋପାଳକିଷ୍ଣଙ୍କ ତତ୍ୱାବଧାନରେ ବିଷୋଧନାଗାର ଅଧିକାରୀଙ୍କ ଦ୍ୱାରା ପାରାଦ୍ୱୀପ ଗଡର ବିଜୁ ପଟ୍ଟନାୟକ ମାର୍କେଟ କମ୍ପେକ୍ସ ଠାରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି । ରାଷ୍ଟୀୟ ମିଶନ ଭାବେ ପରିଗଣୀତ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ସରପଂଚ ଯୋଗଦେଇଥିଲେ । ସ୍ୱଚ୍ଛତା ପଖୱାଡା ୨୦୧୯ କାର୍ଯ୍ୟକ୍ରମରେ ପାରାଦ୍ୱୀପ ତୈଳ ବିଶୋଧନାଗାର ପକ୍ଷରୁ ପାରିପାଶ୍ୱିକ ଗ୍ରାମ ଓ ଅଂଚଳରେ ପୁଷ୍ପରଣୀ ସଫେଇ, ସଚେତନତା ପଥପ୍ରାନ୍ତ ନାଟକ, ବର୍ଯ୍ୟବସ୍ତୁ ପରିଚାଳନା ଶିବିର ଓ ସଚେତନତା ରାଲି ଭଳି ବହୁ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇସାରିଛି । ଓଡ଼ିଶା ସମାଚାର