Monday , September 26 2022
Home / ନିର୍ବାଚନ / ଜୋନ୍ ସ୍ତରୀୟ ବିଜୁ ଯୁବ ଛାତ୍ର ସଂକଳ୍ପ ସମାବେଶ

ଜୋନ୍ ସ୍ତରୀୟ ବିଜୁ ଯୁବ ଛାତ୍ର ସଂକଳ୍ପ ସମାବେଶ

      ନବୀନ ଏକ ବ୍ୟକ୍ତି ନୂହେଁ,ନବୀନ ଏକ ବିଚାରଧାରା – ମନ୍ତ୍ରୀ
ପାଟକୁରା ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଯୁକବମାନେ ନେତୃତ୍ୱ ନେଲେ ଦେଶ ତଥା ରାଜ୍ୟର ପ୍ରଗତି ସମ୍ଭବ,ବିଜୁ ବାବୁ ଯୁବକ ଥିବାବେଳେ, ସମ୍ରାଟ ଅଶୋକ, ଖାରବେଳ, ଆଲେକଜାଣ୍ଡାର ଓ ଗୈାତମ ବୁଦ୍ଧଦେବ ପ୍ରମୁଖ ବିଶ୍ୱସ୍ତରୀୟ ଆଦର୍ଶମାନେ ଯୁବକ ସମୟରେ ସେମାନଙ୍କର ପ୍ରତିଭାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ତିକନପୁର ଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଯୋନ୍ ସ୍ତରୀୟ ବିଜୁ ଛାତ୍ର,ଯୁବ ସମାବେଶରେ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟ ଯୋଗାଣ,ଖାଉଟିକଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ରାଜ୍ୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ବ୍ୟକ୍ତି ନୁହେଁ,ନବୀନ ଏକ ବିଚାରଧାରା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି । ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରପଡାର ବିଧାୟକ ଶଶୀଭୂଷଣ ବେହେରା,ବାସୁଦେବପୁର ବିଧାୟକ ବିଷ୍ଣୁପଦ ରାଉତରାୟ,ଛତ୍ରପୁରର ବିଧାୟକ ସୁବାଷ ବେହେରା,ରାଜ୍ୟ ବିଜେଡି ସମ୍ପାଦକ ତଥା କେନ୍ଦ୍ରାପଡା କେଡିଟ୍ କୋ ଅପରେଟିଭର ସଭାପତି ପ୍ରମୋଦ ସାହୁ,ରାଜ୍ୟ ବିଜୁ ଛାତ୍ର ଜନତା ଦଳର ଉପ-ସଭାପତି ରାକେଶ ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଜେଡି ସରକାର ରାଜ୍ୟରେ ବିଭିନ୍ନ ଜନ କଲ୍ୟାଣ ଯୋଜନାମାନ ପ୍ରଚଳନ କରିଥିବା,ପ୍ରଣୟନ କରାଯାଇଥିବା ଯୋଜନା ଗୁଡିକର ଅଭିବୃଦ୍ଧି ଘଟୁଥିବା ,ରାଜ୍ୟରେ ଚଳିତ ବଜେଟରେ ୩୦ ଲକ୍ଷ ଯୁବକଯୁବତୀମାନଙ୍କ ପାଇଁ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ନିଯୁକ୍ତି ସୃ୍ଷ୍ଟି କରାଯିବା, ରାଜ୍ୟରେ ନୂତନ ଭାବରେ ପ୍ରତିଷ୍ଠା କରାଯିବାକୁ ଥିବା ଯେ କୌଣସି ଶିଳ୍ପ ସଂସ୍ଥାରେ ରାଜ୍ୟର ୭୦ ଭାଗ ଯୁବକ/ଯୁବତୀମାନଙ୍କୁ ନିଯୁକ୍ତି ଦିଆଯିବା ଓ ରାଜ୍ୟ ତଥା ପାଟକୁରାକୁ ସମୃଦ୍ଧି କରିବା ପାଇଁ ବିଜେଡି ପ୍ରାର୍ଥୀନି ସାବିତ୍ରୀ ଅଗ୍ରୱାଲଙ୍କୁ ବହୁ ଭୋଟରେ ବିଜୟୀ କରିବା ପାଇଁ ଉପସ୍ଥିତ ଲୋକମାନଙ୍କୁ ନିବେଦନ କରିଥିଲେ । ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପୁତ୍ର ସଞ୍ଜୟ ଅଗ୍ରୱାଲ ବିଜୁ ଜନତା ଦଳର ପ୍ରାର୍ଥିନୀଙ୍କ ପ୍ରଚାର ଦିନକୁ ଦିନ ଲୋକାଭିମୂଖୀ ହେଉଥିବାବେଳେ,ବିପକ୍ଷ ଦଳର ପ୍ରାର୍ଥୀ ମିଥ୍ୟା, କପୋଳକଳ୍ପିତ, ବିଭ୍ରାନ୍ତମୂଳକ ତଥା ମନୋଗଢା ଅପପ୍ରଚାରମାନ ଚଳାଇଥିବା ଅଭିଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେ.ବି ରାଖାଲ, ଆଲୋକ ଚନ୍ଦ୍ର ମାହାଳି, ରଶ୍ମିରଞ୍ଜନ ନାୟକ, ଚନ୍ଦ୍ର ଶେଖର ଦାସ ପ୍ରମୁଖ ଦଳୀୟ ପ୍ରାର୍ଥିନୀଙ୍କୁ ବିଜୟୀ କରିବା ପାଇଁ ସଭାରେ ନିବେଦନ କରିଥିଲେ । ଏହି ଅବସରରେ ପାଟକୁରା ନିର୍ବାଚନ ମଣ୍ଡଳୀର ୩୦ଜଣ ଛାତ୍ର,ଯୁବକ ବିଜେପି ଏବଂ କଂଗ୍ରେସ ଦଳର କର୍ମୀମାନେ ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବରେ ବିଜେଡିରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ସିଲୁ ବରାଳ, ପୂର୍ଣ୍ଣଚନ୍ଦ୍ର ଦାସ, ଗଣେଶ ଦାସ, ହୃଷିକେଶ ନନ୍ଦୀ, ଜ୍ଞାନରଞ୍ଜନ ମଲ୍ଲିକ,  ଲକ୍ଷ୍ମଣ ପଟ୍ଟନାୟକ, ଟୁକ ବେହେରା, ବିକ୍ରମ ସାହୁ ପ୍ରମୁଖ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସଭାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସେମାନଙ୍କୁ ଦଳୀୟ ଉତରୀୟ,ପୁଷ୍ପଗୁଛ ଓ ଦଳୀୟ ପତାକା ଦେଇ ସ୍ୱଗତ କରିଥିଲେ । ଏହି ସଭାରେ ଗଣେଶ ଚନ୍ଦ୍ର କୁଣ୍ଡ ସ୍ୱାଗତ ଭାଷଣ ଦେଇଥିବାବେଳେ, ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସ ସଭା ସଂଚାଳନ କରିଥିଲେ । ଏହି ସଂକଳ୍ପ ସମାବେଶରେ ଗରଦପୁର ବ୍ଲକର ୬ ଗୋଟି ପଂଚାୟତର ବିଜୁ ଯୁବ,ଛାତ୍ର ସଂଗଠନର ବହୁ ସଂଖ୍ୟକ ସଦସ୍ୟ ତଥା ଦଳୀୟ କର୍ମୀମାନେ ସଭାରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ନେତା ଜୟ ପ୍ରକାଶ,ଦେବୀ ପ୍ରସାଦ ଲେଙ୍କା,ସରୋଜକାନ୍ତ ନାୟକ,ଦେବ କୁମାର ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.