Friday , September 22 2023
Breaking News
Home / ବିଶେଷ / ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ  

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ  

ଜଗତସିଂହପୁର, ୧୫/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ  ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲାପାଳ  ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଅଭିଯୋଗ ଶିବିରରେ ମୋଟ ୧୩୫ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥି ମଧ୍ୟରୁ ଗାଁ ସମସ୍ୟା ସଂପର୍କିତ-୦୫ଟି,ବ୍ୟକ୍ତିଗତ ସମସ୍ୟା ସଂପର୍କିତ-୧୩୦ଟି ଯଥା-ଇନ୍ଦିରା ଆବାସ/ବିଜୁ ପକ୍କାଘର-୩୮ଟି,ଭତ୍ତା ସଂପର୍କିତ-୦୫ଟି,ଏନ.ଏଫ.ବି.ଏସ ସମସ୍ୟା ସଂପର୍କିତ-୦୩ଟି,କଳାକାର ଭତା ସମସ୍ୟା ସଂପର୍କିତ-୦୩ଟି,ରେସନ୍ କାର୍ଡ ସମସ୍ୟା ସଂପର୍କିତ-୦୩ଟି,ସିଭିଲ ସମସ୍ୟା ସଂପର୍କିତ-୧୬ଟି,ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ-୦୯ଟି,ରେଡ୍କ୍ରସ ପାଣ୍ଠିରୁ ସହାୟତା ପାଇବା ପାଇଁ-୦୭ଟି,ଆଇନ ସହାୟତା ସଂପର୍କିତ-୦୭ଟି ଓ ଅନ୍ୟାନ୍ୟ-୩୯ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା । ୦୮ଟି ଅଭିଯୋଗର ଶୁଣାଣି କରାଯାଇ ସଙ୍ଗେ ସଙ୍ଗେ ଫଇସଲା କରାଯାଇଥିଲା । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ  ସୁଦ୍ଧା ସିଂ,ଅତିରିକ୍ତ ଜିଲ୍ଲାପାଳ,ଜଗତସିଂହପୁର  ସଚ୍ଚିଦାନନ୍ଦ ସାହୁ,ଉପ-ଜିଲ୍ଲାପାଳ  ମହେନ୍ଦ୍ର ପ୍ରସାଦ ମହାନ୍ତି,ଜିଲ୍ଲା ଶିକ୍ଷା ଅଧିକାରୀ  ପ୍ରତିଭା ମଂଜରୀ ଦାସ,ଜିଲ୍ଲା ଯୋଗାଣ ଅଧିକାରୀ  ଦିଲ୍ଲିପ୍ କୁମାର ପାତ୍ର,ଜିଲ୍ଲା ମଙ୍ଗଳ ଅଧିକାରୀ  ସତ୍ୟପୀର ସାହୁ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ,ଭାରପ୍ରାପ୍ତ ଅଭିଯୋଗ ଅଧିକାରୀ  ରଂଜନ କୁମାର ଦାସ ଓ ଜନସାଧାରଣ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *