ଭୁବନେଶ୍ୱର, ୧୫/୦୭/୨୦୧୯ (ଓଡ଼ିଶା ସମାଚାର)- ଖୁବଶୀଘ୍ର ରାଜ୍ୟର ସମସ୍ତ ବୈଷୟିକ କଲେଜଗୁଡ଼ିକରେ ସିସି କ୍ୟାମେରା ବାଧ୍ୟତାମୂଳକ ହୋଇଛି । ଉଭୟ ସରକାରୀ ଓ ଘରୋଇ କଲେଜରେ ଏହି ବ୍ୟବସ୍ଥା କରିବାକୁ ଦକ୍ଷତା ବିକାଶ ବିଭାଗ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ଆସନ୍ତା ଜାନୁଆରୀ ଶେଷ ସୁଦ୍ଧା ସମସ୍ତ କ୍ୟାମ୍ପସରେ ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ପରୀକ୍ଷାରେ ସ୍ୱଚ୍ଛତା ଲାଗି ସିସି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ତେବେ ରାଜ୍ୟରେ ସରକାରୀ ଇଞ୍ଜିନିୟରିଂ କଲେଜକୁ ବାଦଦେଲେ ଘରୋଇ ବୈଷୟିକ କଲେଜଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାରେ ଗୁଣବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର ପ୍ରାୟ ୧୩୦ରୁ ଅଧିକ କଲେଜ ରହିଥିବା ବେଳେ ସରକାରୀ କଲେଜରେ ସିସି କ୍ୟାମେରା ପୂର୍ବରୁ ଲଗାଯାଇଥିଲା । ମାତ୍ର ସେଥିରୁ କେତେ କ୍ୟାମ୍ପସରେ କ୍ୟାମେରା ଲାଗିଛି ଓ କେଉଁଠି ଲାଗିନି ତା’ର ରିପୋର୍ଟ ସରକାରଙ୍କ ପାଖରେ ନାହିଁ । ତେବେ ୮୦ରୁ ଅଧିକ ଘରୋଇ କ୍ୟାମ୍ପସରେ ଆଦୌ ସିସି କ୍ୟାମେରା ବ୍ୟବସ୍ଥା ହୋଇନାହିଁ । ଏପରିକି ଯେଉଁ ସବୁ କ୍ୟାମ୍ପସରେ ପୂର୍ବରୁ ସିସି କ୍ୟାମେରା ଲଗାଯାଇଥିଲା ସେ ସବୁ ଖର୍ଚ୍ଚର ପରିମାଣ ସ୍ପଷ୍ଟ ହୋଇନି । ଏପରିକି କିଛି କଲେଜରେ ସିସି କ୍ୟାମେରା କ୍ରୟ ହୋଇଥିଲେ ହେଁ ତା’ର କ୍ୱାଲିଟିକୁ ନେଇ ଅଭିଯୋଗ ଉଠିଛି । ତେବେ ଘରୋଇ କଲେଜରେ ପ୍ରତ୍ୟେକ ଶ୍ରେଣୀରେ ସିସି କ୍ୟାମେରା ଲଗାଇବା ବ୍ୟବସ୍ଥାକୁ ପରୋକ୍ଷରେ ବିରୋଧ କରାଯାଉଥିଲା । ଏଆଇସିଟିଇ ନିଦେ୍ର୍ଦଶ ଅନୁସାରେ ୨୦୧୯ ମେଁ ପୂର୍ବରୁ ସବୁ ବୈଷୟିକ କଲେଜର କ୍ଲାସରେ ସିସି କ୍ୟାମେରା ଲଗାଇବାକୁ ନିଦେ୍ର୍ଦଶ ଦିଆଯାଇଥିବା ବେଳେ ବହୁ କ୍ୟାମ୍ପସରେ ବର୍ତମାନ ଯାଏ ସିସି କ୍ୟାମେରା ଲାଗି ନାହିଁ । ତେବେ ସିସି କ୍ୟାମେରା ଲଗାଯିବା ପରେ ସମ୍ପୃକ୍ତ କ୍ୟାମେରାକୁ ଆଇଟି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଯାଂଚ କରାଯିବ ବୋଲି ମଧ୍ୟ ନିଷ୍ପତିି ହୋଇଥିଲା । ପ୍ରତି କ୍ୟାମେରା ଦାମ୍ ୧୫ହଜାରରୁ ଅଧିକ ରହିଥିବା ବେଳେ ପ୍ରକୃତ ପକ୍ଷେ କ୍ୟାମ୍ପସରେ କେତେ କ୍ୟାମେରା ଓ କ୍ୟାମ୍ପସର କେଉଁ ଠାରେ କ୍ୟାମେରା ବ୍ୟବସ୍ଥା ରହିବ ତାହା ମଧ୍ୟ ଚିହ୍ନଟ ହୋଇନାହିଁ । ଅପରପକ୍ଷେ ପ୍ରତ୍ୟେକ କ୍ୟାମ୍ପସରେ ସବୁ ଶ୍ରେଣୀରେ କ୍ୟାମେରା ଲଗାଇବା ସହ ଲାଇବ୍ରେରୀ, ପ୍ରାକ୍ଟିକାଲ ରୁମ୍ ସମେତ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ୨୫ଟି କ୍ୟାମେରା ଲଗାଇବାକୁ କୁହାଯାଇଛି । ଏହାବ୍ୟତୀତ ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଦୈନିକ ପାଠପଢ଼ା ଏବଂ ପ୍ରାକ୍ଟିକାଲର ସବୁ ତଥ୍ୟ ରେକର୍ଡିଂ କରାଯିବା ସହ ବର୍ଷକୁ ୨ଥର ସେ ସବୁ କ୍ୟାମେରାର ଫୁଟେଜକୁ ଯାଂଚ କରାଯିବ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର