ନବ ନିର୍ମାଣ ଜିଲ୍ଲା ଯୁବ ଛାତ୍ର ସଂଗଠନର ଆହ୍ୱାନ
ଜଗତସିଂହପୁର, ୧୫/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ଦେଶ ଓ ରାଜ୍ୟର ଅର୍ଥନିତି ବିଗିଡି ଯାଇଛି । ଋଣ କରି ଆମେ ଘିଅ ଖାଉଚେ । ନେତା ମାନେ ନିଜ କର୍ତବ୍ୟକୁ ଭୂଲି ଦେଶବାସୀଙ୍କୁ ମିଛ ସ୍ୱପ୍ନ ଦେଖାଇ ଚାଲିଛନ୍ତି । ଗରିବ ଲୋକଙ୍କ ସମ୍ପତିକୁ ବଡବଡ ପୁଞ୍ଜିପତି ମାନେ ଲୁଟି ନେଇ ବିଦେଶ ଚାଲି ଯାଉଛନ୍ତି । ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି । ରାଷ୍ଟ୍ରାୟତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର କରାଯାଇ ଘରୋଇ କମ୍ପାନି ହାତକୁ ଟେକି ଦେଉଛନ୍ତି । ଯାହାଫଳରେ ନିଯୁକ୍ତିର ନିଶ୍ଚିତତା ନାହିଁ । ବେକାରୀ ସଂଖ୍ୟା ସୀମା ଅତିକ୍ରମ କରିଛି । ଏଥିନେଇ ଦିନକୁ ଦିନ ବେକାରୀ ଯୁବକ ମାନେ ମାନସିକ ଚାପରେ ପଡି ଚୋରୀ, ଡକାୟତି, ରାହାଜାନି, ରବରି, ନିଶା ସେଚନ ମୁହାଁ ହେଉଛନ୍ତି । ତେଣୁ ଆଜିର ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥାରେ ବ୍ୟପକ ପରିବର୍ତନ ଦେଖା ଦେଇଛି । ଏଣିକି “ ଆମକୁ ଆଉ ଚାଉଳ ଦିଅ ନାହିଁ, ଆମକୁ ନିଯୁକ୍ତି ଦିଅ” ବୋଲି ଦାବି କରିବା ପାଇଁ ରବିବାର ସ୍ଥାନୀୟ ମାର୍କଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ଜିଲ୍ଲା ସ୍ତରୀୟ ସାଧାରଣ ବୈଠକରେ ଜିଲ୍ଲା ସଂଯୋଜିକା ଶୁଭାଗ୍ନୀ ମଧୁସ୍ମୀତା ବସ୍ତିଆ ଅଧ୍ୟକ୍ଷତା କରି ଉପସ୍ଥିତ ବିଭିନ୍ନ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ ପ୍ରଦାନ କରିଛନ୍ତି । ତାଙ୍କର ଏହି ବିପ୍ଳବି ଡାକରାକୁ ଛାତ୍ର ଛାତ୍ରୀ ମାନେ ସମୂହ ସମର୍ଥନ ଜଣାଇ ଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଯୋଗ ଦେଇ ଆମକୁ ଶିକ୍ଷା, ଶିକ୍ଷା ବ୍ୟବସ୍ଥା ଓ ବେକାରୀ ସମସ୍ୟରେ ପରିବର୍ତନ ଆଣିବା ପାଇଁ ଏକ ମାତ୍ର ବାଟ ଛାତ୍ର ଆନ୍ଦୋଳନ । ଛାତ୍ର ଆନ୍ଦୋଳନ ସକ୍ରୟ ହେଲେ ପରିବର୍ତନ ନିଶ୍ଚୟ ହେବ ବୋଲି ଶ୍ରୀ ନନ୍ଦ ସୂଚନା ପ୍ରଦାନ କରିଥିଲେ । ଏଥି ସହିତ ଛାତ୍ର ଛାତ୍ରୀ ମାନଙ୍କୁ ସଂଗଠିତ ହୋଇ ଆଗାମି ଅଗଷ୍ଟ-୯ ତାରିଖ କ୍ରାନ୍ତି ଦିବସରେ ଭୂବନେଶ୍ୱର ଚାଲୋ ଆନ୍ଦୋଳନକୁ ସଫଳ କରାଇବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ବିଶିଷ୍ଟ କୃଷକ ନେତା ତଥା ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ରଶ୍ମୀ ରଞ୍ଜନ ସ୍ୱାଇଁ ଯୋଗଦେଇ ଜଗତସିଂହପୁର ଜିଲ୍ଲା ସଂଗ୍ରାମର ମାଟି । ଏହି ମାଟିରେ ନବ କୃଷ୍ଣ ଚୌଧୂରୀ, ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ମାଳତୀ ଦେବୀ ବହୁ ଯୋଗଜନ୍ମା ଜନ୍ମ ନେଇ ସମାଜରେ ପରିବର୍ତନ ପାଇଁ ସଂଗ୍ରାମ କରିଛନ୍ତି । ତାଙ୍କରି ଆଦର୍ଶରେ ଆମ୍ଭେ ଅନୁପ୍ରାଣିତ ହୋଇ ବିଗିଡି ଯାଇଥିବା ଶିକ୍ଷା, ଶିକ୍ଷା ବ୍ୟବସ୍ଥା ଓ ବେକାରୀ ସମସ୍ୟା ପାଇଁ ଅଂଟା ଭିଡିବା ପାଇଁ ପରାମର୍ଶ ଦେଇଥିଲେ । ଅବଷ୍ଟ ୯ ତାରିଖ ପାଇଁ ଜିଲ୍ଲାର ୩୪ ମହାବିଦ୍ୟାଳୟରୁ ୩୦ଜଣ କରି ୧୦୦୦ଜଣ ଛାତ୍ର ଛାତ୍ରୀ ଆମ ଜିଲ୍ଲାରୁ ଯୋଗଦେବା ପାଇଁ ପରାମର୍ଶ ଦେଇଥିଲେ । ସଭା ପ୍ରାରମ୍ଭରେ ନବ ନିର୍ମାଣ ସଂଗଠନର ଦେବୀ ପ୍ରସାଦ ମହାରଣା ବୈପ୍ଳବିକ ସଙ୍ଗୀତ ଗାନ କରି ଛାତ୍ର ଛାତ୍ରୀ ମାନଙ୍କୁ ନିଜର ହକ୍ ପାଇଁ ଲଢେଇ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଯୁବ ଛାତ୍ର ସଂଗଠନର ଲକ୍ଷ୍ମୀ ପ୍ରିୟା ବେହେରା, ରାଜଲକ୍ଷ୍ମୀ ମହାପାତ୍ର, ପୂଜା ସ୍ୱାଇଁ, ସୋମନ୍ ନାୟକ, ସୋନାଲି ଭୋଇ, ଅଙ୍କିତା ଦାସ, ଦୀପକ ସ୍ୱାଇଁ, ଅଭିଷେକ ଦାସ, ଜ୍ୟୋତିର୍ମୟୀ ନାୟକ, ବିଭୂଦତ ସାହୁ, ତ୍ରିଲୋଚନ ପଡିଡା ପ୍ରମୁଖଙ୍କ ସହିତ ବିଭିନ୍ନ ମହାବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ଏଥି ସହିତ ସଂଗଠନର ଉପଦେଷ୍ଟା ଦେବଦତ ସାହୁ, ବିଜୟ ପରିଡା, ପ୍ରମୋଦ ଦାଶ, ଶାରଦା ପ୍ରଧାନ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଶା ସମାଚାର