Friday , September 22 2023
Breaking News
Home / ବିଶେଷ / ସିଭିଲ କୋର୍ଟ ରେଜିଷ୍ଟ୍ରାରଙ୍କୁ ବିଦାୟ ସମ୍ବର୍ଦ୍ଧନା

ସିଭିଲ କୋର୍ଟ ରେଜିଷ୍ଟ୍ରାରଙ୍କୁ ବିଦାୟ ସମ୍ବର୍ଦ୍ଧନା

ଜଗତସିଂହପୁର, ୧୪/୦୭/୨୦୧୯ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ଓକିଲ ସଂଘ ପକ୍ଷରୁ ସିଭିଲ କୋର୍ଟ ରେଜିଷ୍ଟ୍ରାର ପ୍ରଦୀପ ପ୍ରଧାନଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବାର ଗୃହରେ ଅନୁଷ୍ଠିତ ସଭାରେ ଓକିଲ ସଂଘ ସଭାପତି ସୁବ୍ରତ ଶତପଥୀ ସଭାପତିତ୍ୱ କରିଥିଲେ । ଜଗତସିଂହପୁର ଜିଲା ଓ ଦୌରାଜଜ ଆନନ୍ଦଚନ୍ଦ୍ର ବେହେରା, ଅତିରିକ୍ତ ଜିଲା ଜଜ ମୁନରାଣୀ ମିଶ୍ର, ବିଦାୟୀ ରେଜିଷ୍ଟ୍ରାର ପ୍ରଦୀପ ପ୍ରଧାନଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଅତିଥି ଭାବେ ଯୋଗଦେଇଥିଲେ । ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ମିଶ୍ର, ବିଲାସ ଚନ୍ଦ୍ର ଲେଙ୍କା, ଭଜହରି କର, ରବୀନ୍ଦ୍ର କୁମାର ସ୍ୱାଇଁ, ଯୁଧିଷ୍ଠିର ମିଶ୍ର, ଶାରଦା ପ୍ରସାଦ ଦାସ ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଉପସଭାପତି ପ୍ରସନ୍ନ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ । ସଂଘର ସମ୍ପାଦକ ଚନ୍ଦ୍ରଶେଖର ନାୟକ, ଯୁଗ୍ମ ସମ୍ପାଦକ ଦୁର୍ଯେ୍ୟାଧନ ରାଉତ, କୋଷାଧକ୍ଷ ନରେଶ ଦାସ, କାର୍ଯ୍ୟକାରୀ କମିଟି ସଭ୍ୟ ଅକ୍ଷୟ କୁମାର କାନୁନଗୋ, ଅଶୋକ ସ୍ୱାଇଁ, ମହମ୍ମଦ ମୁସ୍ତାଫା କମାଲ, ମିହିର ମହାନ୍ତି, ମିହିର ମଲ୍ଲିକ, ସୌଦାମିନୀ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *