ବରଗଡ଼, ୧୪/୦୭/୨୦୧୯ (ଓଡ଼ିଶା ସମାଚାର)- ବରଗଡ଼ ଜିଲା ଭଟଲି ଥାନା ପୋଲିସ୍ ରବିବାର ଦିନ ୩ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ଗିରଫ ହୋଇଥିବା ୩ ଜଣ ନକଲି ମାଓବାଦୀ ହେଉଛନ୍ତି ସମ୍ବଲପୁର ବନ ବିଭାଗ ଡ଼େପୁଟି ରେଜର ବଟକୃଷ୍ଣ ସେଠୀ, ଦୋଳଗୋବିନ୍ଦ ସାହୁ ଓ ବଳରାମ ସାହୁ । ସେମାନଙ୍କ ଠାରୁ ୩ ଟି ମୋବାଇଲ ଫୋନ୍,ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା,୨ ଟି ମୋଟରସାଇକେଲ ଓ ୩ ଟି ବନ୍ଧୁକ ଜବତ କରାଯାଇଛି । ସେମାନେ ସରକାରୀ ଅଫିସରମାନଙ୍କୁ ମାଓବାଦୀର ପରିଚୟ ଦେଇ ୧୦ ଲକ୍ଷ ୫୫ ହଜାର ରୁ ଅଧିକ ଟଙ୍କା ଆଦାୟ କରିଛନ୍ତି । ଓଡ଼ିଶା ସମାଚାର