ମାର୍ଶାଘାଇ, ୧୪/୦୭/୨୦୧୯ (ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକ ବନ୍ଧକଟା ପଂଚାୟତରେ ବିଜେଡ଼ି କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଂଚ ଅମଳେନ୍ଦୁ ପ୍ରକାଶ ସ୍ୱାଇଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପର୍ଯ୍ୟବେକ୍ଷକ ଜଗତ୍ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ବ୍ଲକ ବିଜେଡ଼ି ସଭାପତି ସଞ୍ଜୟ କୁମାର ଲେଙ୍କା, ଯୋଜନାବେର୍ଡ଼ ସଦସ୍ୟ ଗିରିଶ ଦାସ, ଜିଲା ବିଜେଡ଼ି ଉପସଭାପତି ପ୍ରମୋଦ କୁମାର ରଥ ପ୍ରମୁଖ ଯୋଗଦେଇ ବିଜେଡ଼ି ସଂଗଠନକୁ ମଜଭୁତ କରିବାକୁ ଆହ୍ୱାନ ଦେଇଥିଲେ । ପାଟକୁରା ଅଂଚଳର ଏହି କର୍ମୀ ସମ୍ମିଳନୀରେ ବନ୍ଧକଟା ସରପଂଚ ଅନସୂୟା ଦାସ ଆନୁଷ୍ଠାନିକ ଭାବେ ସେମାନଙ୍କ ସମର୍ଥକଙ୍କ ସହିତ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେଇଥିଲେ । ୱାର୍ଡ଼ସଭ୍ୟ ନିରଞ୍ଜନ ବିଶ୍ୱାଳ, ପିତାମ୍ବର ସାହୁ, ସସ୍ମିତା ନାୟକ, ମମତାମୟୀ ପ୍ରଧାନ, ସମନ୍ୱତା ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ନିର୍ମଳ ଜେନା, ସୁଶାନ୍ତ କୁମାର ମହାନ୍ତି, ପ୍ରତାପ ମହାନ୍ତି, ଅକ୍ଷୟ କୁମାର ମହାନ୍ତି, ଶରତ ଚନ୍ଦ୍ର ସ୍ୱାଇଁ, ପ୍ୟାରୀ ମୋହନ ନାୟକ, ବାବାଜୀ ସେଠୀଙ୍କ ସମେତ ବହୁ କର୍ମୀ ଏଥିରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର