Monday , October 18 2021
Breaking News
Home / ବିଶେଷ / ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର, ୧୪/୦୭/୨୦୧୯ (ଓଡ଼ିଶା ସମାଚାର)-ଭୁବନେଶ୍ୱରରୁ ଦୁବାଇ ଓ ମଧ୍ୟପ୍ରାଚ୍ୟକୁ ସିଧାସଳଖ ବିମାନ ଚଳାଚଳ ଦାବିକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଓଡ଼ିଶାକୁ ବିପୁଳ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ରାଜ୍ୟରେ ଉଦ୍ୟୋଗିକ ନିବେଶ ବୃଦ୍ଧିପାଇଛି । ଫଳରେ ଓଡ଼ିଶାକୁ ବିଦେଶରୁ ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ଆସୁଛନ୍ତି । କେବଳ ଏତିକି ନୁହେଁ ଓଡ଼ିଶାରୁ ମଧ୍ୟ ବାହାର ସ୍ଥାନକୁ ଯାତ୍ରା ବୃଦ୍ଧିପାଇଛି । ଫଳରେ ଅନେକ ଅନ୍ତର୍ଜାତୀୟ ଏୟାରଲାନ୍ସ ଭୁବନେଶ୍ୱରକୁ ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଦୁବାଇକୁ ବିମାନ ଚଳାଚଳ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ରାଜ୍ୟରେ ଉଦ୍ୟାଗିକ ପୁଞ୍ଜିନିବେଶ ବୃଦ୍ଧିପାଇଛି । ଭୁବନେଶ୍ୱରରୁ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି । ସିଧାସଳଖ ବିମାନ ଚଳାଚଳ ନଥିବାରୁ ଦେଶ ବାହାରକୁ ଯାଉଥିବା ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଦୁବାଇ ଓ ମଧ୍ୟପୂର୍ବ ଦେଶକ୍ୁ ଯାଉଥିବା ଯାତ୍ରୀଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବା ସହ ସମୟ ମଧ୍ୟ ଅପଚୟ ହେଉଛି । ବର୍ତମାନ ସମୟରେ କୌଣସି ଯାତ୍ରୀ ମଧ୍ୟ ପୂର୍ବଦେଶକୁ ଯିବାକୁ ଚାହିଁଲେ ତାଙ୍କୁ ଭୁବନେଶ୍ୱର ଭାୟା ଦିଲ୍ଲୀ ଦେଇ ଗନ୍ତବ୍ୟ ସ୍ଥାନକୁ ଯିବାକୁ ପଡ଼ୁଛି । ଅନେକ ଦିନରୁ ମଧ୍ୟ ପୂର୍ବଦେଶଗୁଡ଼ିକୁ ଯାଉଥିବା ଯାତ୍ରୀମାନେ ସିଧାସଳଖ ବିମାନ ଚଳାଚଳ ପାଇଁ ଦାବି କରିଆସୁଛନ୍ତି । ଲୋକଙ୍କ ଦାବି ତଥା ସୁବିଧାକୁ ଅଗ୍ରାଧିକାର ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ କଲେ ଯାତ୍ରୀ ଉପକୃତ ହେବା ସହ ଟଙ୍କା ଓ ସମୟ ବଂଚିପାରିବ । ଯାତ୍ରୀମାନେ ସୁରୁଖୁରୁରେ ବିଦେଶ ଯାଇପାରିବେ । ଏହାବ୍ୟତୀତ ସିଧାସଳଖ ବିମାନ ଚଳାଚଳ ଯୋଗୁଁ ଓଡ଼ିଶାକୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଆହୁରି ବୃଦ୍ଧିପାଇବ । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *