Thursday , October 21 2021
Breaking News
Home / ବିଶେଷ / ଜିଲାପାଳଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଜିଲାପାଳଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

କେନ୍ଦ୍ରାପଡା, ୧୪/୦୭/୨୦୧୯ (ଓଡ଼ିଶା ସମାଚାର)- ନୂତନଭାବେ କାର୍ଯ୍ୟରେ ଯୋଗଦେବା ପରେ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ଜିଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ସହ  ପୂର୍ତ ବିଭାଗର ବିଭିନ୍ନ କାର୍ଯ୍ୟ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟଗୁଡିକୁ ସମୀକ୍ଷା କରିଥିଲେ । ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଜିଲାପାଳ ଶ୍ରୀ ବର୍ମା ଅଧ୍ୟକ୍ଷତା କରିଥିଲେ । ସେ ପ୍ରଥମେ ଅଧାପନ୍ତରିଆ ବିଭିନ୍ନ କାର୍ଯ୍ୟଗୁଡିକୁ ତ୍ୱରାନ୍ୱିତ ଭାବେ ଶେଷ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । କେନ୍ଦ୍ରାପଡା ସହର ଉପକଣ୍ଠସ୍ଥ ଶାମଗୁଡିଆଠାରେ ନିର୍ମାଣାଧୀନ ମାତୃ ଶିଶୁ ମଙ୍ଗଳ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଜିଲା ମୁଖ୍ୟ ଚିକିତ୍ସାଳୟର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏଥିସହିତ ସହର ଏବଂ ଆଖପାଖ ଅଂଚଳକୁ ଆଲୋକୀକରଣ କରିବା ପାଇଁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଦୁହୁରିଆଠାରୁ ଗରାପୁର ଡାକବଙ୍ଗଳା ପର୍ଯ୍ୟନ୍ତ ଏବଂ ତିନିମୁହାଣୀଠାରୁ ଅଙ୍ଗୁଳାଇ ପର୍ଯ୍ୟନ୍ତ ଏବଂ ଜିଲା କାର୍ଯ୍ୟାଳୟଠାରୁ (ଭି.ଆଇ.ପି ରୋଡ୍) ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଓ ପାଶ୍ୱର୍ରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ପୂର୍ତ ବିଭାଗ ଓ ବିଦ୍ୟୁତ୍ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ପୂର୍ତବିଭାଗର ନିର୍ବାହୀଯନ୍ତ୍ରୀ ପ୍ରଦୀପ ମହାନ୍ତି, ବିଜୟାନନ୍ଦ ଦାସ, ପୌର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବିକାଶ ର ବାଟ ଚାହିଁ ବସିଛନ୍ତି ଭିତରପଣ୍ଡି ଗ୍ରାମବାସୀ

Leave a Reply

Your email address will not be published. Required fields are marked *