ଏରସମା, ୧୪/୦୭/୨୦୧୯ (ଓଡ଼ିଶା ସମାଚାର)-ଏରସମା ବ୍ଲକ କୃଷ୍ଣଚନ୍ଦ୍ରପୁର ସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ,ଓଡିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଡଃ ଶରତ ଚନ୍ଦ୍ର ପରିଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଆଲୋକ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ଅଶୋକ କୁମାର ଗିରି, ଅଶୋକ କୁମାର ସାମଲ, ଶକ୍ତି ପ୍ରସନ୍ନ ସାମନ୍ତରାୟ,ବିଭୁ ରଞ୍ଜନ ଦାସ, ଚିତ ରଂଜନ ମହାପାତ୍ର,କାହ୍ନୁ ଚରଣ ନାୟକ, ଧିରେନ କୁମାର ପାତ୍ର, ସଂଜୀବ କୁମାର ରାଉତ, ଅତୁଲ୍ୟ କୁମାର ଖଣ୍ଡୁଆଳ, ପ୍ରଭାତ କୁମାର ମୁଦୁଲି, ସସ୍ମିତା ସାହୁ,ତିଥି ରାୟ,ମଧୁସ୍ମିତା କାନୁନଗୋ, କ୍ଷେତ୍ରବାସୀ ପ୍ରଧାନ, ମାନଗୋବିନ୍ଦ ଦାସ,ପ୍ରଦୀପ ଜେନା,ପବିତ୍ର କୁମାର ବେହେରା ପ୍ରମୁଖ ଯୋଗଦେଇ ବିଦାୟୀ ଅଧ୍ୟାପକ ଡ. ଶରତ ଚନ୍ଦ୍ର ପରିଡାଙ୍କ ଗୁଣଗାନ କରିବା ସହିତ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀ, ସହକର୍ମୀ, ଶୁଭେଚ୍ଛୁ ଯୋଗଦେଇଥିଲେ । ଓଡ଼ିଶା ସମାଚାର