Sunday , October 24 2021
Breaking News
Home / ବିଶେଷ / ସ୍ୱଚ୍ଛ ଭାରତ ସମର ଇଂଟର୍ଣ୍ଣସିପ୍ କାର୍ଯ୍ୟକ୍ରମ

ସ୍ୱଚ୍ଛ ଭାରତ ସମର ଇଂଟର୍ଣ୍ଣସିପ୍ କାର୍ଯ୍ୟକ୍ରମ

ଜଗତସିଂହପୁର, ୧୩/୦୭/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ନେହେରୁ ଯୁବକେନ୍ଦ୍ର ସଂଗଠନ ଜଗତସିଂହପୁର ଶାଖା ଅଧିନରେ ଏବଂ ଭାରତ ସରକାରଙ୍କ ପାନୀୟଜଳ ମନ୍ତ୍ରଣାଳୟ ,ମାନବସମ୍ବଳ  ମନ୍ତ୍ରାଣାଳୟ,ଯୁବସେବା ମନ୍ତ୍ରଣାଳୟ ଓ ୟୁନିସେଫ୍ ର ସହଯୋଗରେ ସ୍ୱଚ୍ଛ ଭାରତ ସମର ଇଂଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ତରଫରୁ ରାଧାକୃଷ୍ଣ କ୍ଲବ ଦ୍ୱାରା ନିକଟସ୍ଥ ପାଟେଣୀଗାଁ  ବଟବିହାରୀ ଉଚ୍ଚବିଦ୍ୟାଳୟରେ ୫୦ଘଂଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କବିତା ମଂଜରୀ ଗୋଚ୍ଛାୟତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତାଭାବର ରାଧାକୃଷ୍ଣକ୍ଲବର ନିଦେ୍ଦର୍ଶକ ପୂର୍ଣ୍ଣଚନ୍ଦ୍ର ମଲ୍ଲ ଯୋଗଦେଇ ସ୍ୱଚ୍ଛ ଭାରତ ସମର ଇଂଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅଧିନରେ ୫୦ଘଂଟା ର ଉଦେ୍ଦଶ୍ୟ ବର୍ଣ୍ଣନା କରିବା ସହିତ ପାଟେଣୀ ଗ୍ରାମକୁ ଜୁଲାଇ ମାସ ଶେଷ ସୁଦ୍ଧା ପ୍ଲାଷ୍ଟିକ ମୁକ୍ତ ଗ୍ରାମ କରିବାକୁ ଓ ପ୍ରତ୍ୟେକ ପରିବାରକୁ ପରିବେଶ କାର୍ଯ୍ୟକ୍ରମ ରେ ସାମିଲ କରି ବର୍ଯ୍ୟବସ୍ତୁ ପରିଚାଳନା ସଠିକ୍ ଭାବେ କରିବାକୁ କହିଥିଲେ । ମୁଖ୍ୟଅତିଥିଭାବେ ପୂର୍ବତନ ପ୍ରଧାନଶିକ୍ଷକ ରବିନ୍ଦ୍ର ନାଥ ନାୟକ ଯୋଗଦେଇ ଗ୍ରାମକୁ ପ୍ଲାଷ୍ଟିକ ଓ ଆବର୍ଜନା ମୁକ୍ତ ଗ୍ରାମ ଭାବେ ଗଢି ତୋଳିବାକୁ ରାଧାକୃଷ୍ଣକ୍ଲବ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଗ୍ରାମବାସୀ ଏକତ୍ର ହୋଇ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ କ୍ଲବ ତରଫରୁ ସଂଯୋଜକ ନରେଶ ଗୋଚ୍ଛାୟତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ପ୍ରଦୀପ୍ତ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ଗ୍ରାମରେ ଥିବା ଜଗନ୍ନାଥ ସାଂସ୍କୃତିକ ଯୁବ ପରିଷଦ ପରିଚାଳନାରେ ସହାୟତା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗୁରୁତ୍ୱ ନଥିବା ପ୍ରସଙ୍ଗରେ ଦୋକାନ ବଜାର ବନ୍ଦ ହେବ ନାହିଁ – କଳାହାଣ୍ଡି ବଣିକ ସଂଘ

Leave a Reply

Your email address will not be published. Required fields are marked *