ପୁରୀ, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- ପୁରୀ ଜିଲା ଶିକ୍ଷା ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଶୁକ୍ରବାର ପୁରୀ ଜିଲା ଶିକ୍ଷା ଅଧିକାରୀ ହୃଶିକେଷ କାଣ୍ଡି ଙ୍କ ସରକାରୀ ଗାଡ଼ିରୁ ଭିଜିଲାନ୍ସ ୧ ଲକ୍ଷ ୧୧ ହଜାର ଟଙ୍କା ଜବତ କରିଥିଲା । ଏତେ ଗୁଡ଼ିଏ ଟଙ୍କା ତାଙ୍କ ସରକାରୀ ଗାଡ଼ିରୁ ଜବତ ପରେ ତାଙ୍କ ସରକାରୀ କାର୍ଯ୍ୟାଳୟ, ବାସ ଭବନ ଆଦିରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ତେବେ ଜବତ ଏହି ଟଙ୍କାର ହିସାବ ସେ ଦେଇପାରିନଥିଲେ । ଶନିବାର ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଓଡ଼ିଶା ସମାଚାର
